ବ୍ୟାଗ୍ ଓ ୧ହଜାର ଟଙ୍କା ବଣ୍ଟନକୁ ନେଇ ହଟ୍ଟଗୋଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବ୍ୟାଗ୍ ଓ ୧ହଜାର ଟଙ୍କା ବଣ୍ଟନକୁ ନେଇ ହଟ୍ଟଗୋଳ । ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ଡିଲର ପଏଣ୍ଟରେ ଜି.ଆର୍.ଏସ୍. ଆମ ଓଡିଶା ନବୀନ ଓଡିଶା ଓ 5ଟି ଲେଖାଥିବା ବ୍ୟାଗ ବଣ୍ଟାକୁ ନେଇ ବିଜେପି ପକ୍ଷରୁ ଜୋରଦାର ବିରୋଧ ।

ବ୍ୟାଗ ଗୁଡିକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ପୋଡି ଦେଲେ ବିରୋଧୀ । ନିର୍ବାଚନ ଆସିଲେ ରାଜ୍ୟ ସରକାରଙ୍କ ଗରୀବ କଥା ମନେପଡେ । କେନ୍ଦ୍ର ସରକାର ଚାଉଳ ଯୋଗାଉଛନ୍ତି , ଆଉ ସେଠାରେ ବ୍ୟାଗ ଓ ଟଙ୍କା ବାଣ୍ଟି ସରକାର ନିଜର ପ୍ରଚାର କରୁଛନ୍ତି ।

ଯଦି ଏତେ ଦରଦ ଅଛି ତେବେ ପ୍ରତିମାସ ଚାଉଳ ସହ ବ୍ୟାଗ୍ ଓ ହଜାରେ ଟଙ୍କା ଲେଖାଏଁ ସରକାର ହୀତାଧିକାରୀଙ୍କୁ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି ଅଞ୍ଚଳବାସୀ । ତେବେ ପ୍ରଦାନ କରାଯାଉଥିବା ନବୀନ ବ୍ୟାଗ୍ ଆମର ଦରକାର ନାହିଁ , ତେଣୁ ଏଗୁଡିକୁ ନିଆଁ ଲଗାଉଛନ୍ତି ବୋଲି ପ୍ରକାଶ କରିଛନ୍ତି ଲୋକେ ।

Leave A Reply

Your email address will not be published.