ଆଣ୍ଟିପୋଚିଙ୍ଗ୍ ବାରାକ ସଭାଗୃହ ଠାରେ ବନାଞ୍ଚଳ ସ୍ତରୀୟ ବନାଗ୍ନି ସଚେତନତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଓଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଗଦୁଆଁ ସ୍ଥିତ ଆଣ୍ଟିପୋଚିଙ୍ଗ୍ ବାରାକ ସଭାଗୃହ ଠାରେ ବନାଞ୍ଚଳ ସ୍ତରୀୟ ବନାଗ୍ନି ସଚେତନତା |କେନ୍ଦୁଝର ବନ୍ୟପ୍ରାଣୀ ବନଖଣ୍ଡ ଆନନ୍ଦପୁର ଦେଓଗାଁ ବନ୍ୟପ୍ରାଣୀ ବନାଞ୍ଚଳ ଗଦୁଆଁ ସ୍ଥିତ ଆଣ୍ଟିପୋଚିଙ୍ଗ୍ ବାରାକ ସଭାଗୃହ ଠାରେ ବନାଞ୍ଚଳ ସ୍ତରୀୟ ବନାଗ୍ନି ସଚେତନତା ବୈଠକ ଅନୁଷ୍ଠିତ।

ଏଥିରେ ମୁଖ୍ୟ ଅତିଥି ଭାବେ ଏସିଏଫ ତଥା ଭାରପ୍ରାପ୍ତ ଅଧିକାରୀ ଦେଓଗାଁ ବନାଞ୍ଚଳ ଉମାକାନ୍ତ ଦାଶ ଦୈତାରୀ ରେଞ୍ଜର ରମାକାନ୍ତ ସେଠୀ, ସମ୍ମାନୀତ ଅତିଥି ଭାବେ ହରିଚନ୍ଦନପୁର ବନପାଳ ଶ୍ୟାମସୁନ୍ଦର ସାହୁ, ଭଗାମୁଣ୍ଡା ବନପାଳ ମଙ୍ଗୁଳି ଚରଣ ସା,୩୨ନଂ ଜିଲ୍ଲାପରିଷଦ ଲକ୍ଷ୍ମୀଧର କିସାନ,୩୩ ନଂ ଜିଲ୍ଳା ପରିଷଦ ମାଇନ ସୋରେନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।୪୩ଟି ବନ ସୁରକ୍ଷା ସମିତିର ସଭ୍ୟ ସଭ୍ୟା ଓ ଗଜସାଥି ଯୋଗ ଦେଇଥିଲେ ।

ଜଙ୍ଗଲରେକିପରି ନିଆଁ ନଲଗାଇବା ଏବଂ ଜୀବଜନ୍ତୁ ସୁରକ୍ଷାରେ ରହିବେ ସେଥିପ୍ରତି ସଚେତନ ରହିବାକୁ ମୁଖ୍ୟ ଅତିଥି ଉମାକାନ୍ତ ଦାଶ ପ୍ରକାଶ କରିଥିଲେ।ଆମ ଜଙ୍ଗଳ ଯୋଜନା ଉନ୍ନୟନ ଅଧିକାରୀ ଦୋଳଗୋବିନ୍ଦ ମହାନ୍ତ, ତ୍ରୀଲୋଚନ ପ୍ରଧାନ, ଗଣେଶ୍ବର ମହାନ୍ତ ଓ ବନ କର୍ମଚାରୀ ପରିଚାଳନା କରିଥିଲେ।

Leave A Reply

Your email address will not be published.