କଟକ ଓ ଭୁବନେଶ୍ୱର ପୌର ନିର୍ବାଚନ ପାଇଁ ମେୟର ପ୍ରାର୍ଥୀ ଚୟନ କଲା କଂଗ୍ରେସ: ଜାଣନ୍ତୁ କିଏ ଅଛନ୍ତି ରେସ୍ ରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତ ୨ ତାରିଖରୁ ଚାଲିଛି ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା। କଟକ ମହାନଗର ନିଗମ ପାଇଁ କିଏ ହେବେ କେଉଁ ଦଳର ମେୟର ପ୍ରାର୍ଥୀ। ପ୍ରାର୍ଥୀ ଚୟନରେ କଟକରେ ଆଗରେ ରହିଛି କଂଗ୍ରେସ ଦଳ। କଂଗ୍ରେସ ପକ୍ଷରୁ କଟକ ନଗର କଂଗ୍ରେସ ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। କିନ୍ତୁ ବିଜେଡି ଓ ବିଜେପି ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରି ନାହାନ୍ତି।

ବିଜେପି ନେତା ବିନୋଦ ଦାଶ ମେୟର ପ୍ରାର୍ଥୀ ଚର୍ଚ୍ଚାର ଆଗରେ ଥିବା ବେଳେ ତାଙ୍କ ନାମ ସିଏମସିର ଭୋଟର ତାଲିକାରେ ନାହିଁ। ଏ ନେଇ ସେ ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିବା ବେଳେ ଆଜି ରହିଛି ଏହାର ଶୁଣାଣି। ତାଙ୍କ ପଛକୁ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଓ ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନାମ ଚର୍ଚ୍ଚାରେ ରହିଛି। ବିଜେଡି ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ବସ୍ତିବାସିନ୍ଦାଙ୍କ ନେତା ସୁଭାଷ ଚନ୍ଦ୍ର ସିଂଙ୍କ ନାମ ସର୍ବାଗ୍ରେ ରହିଛି। ସିଏମସିର ପୂର୍ବତନ ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ରଞ୍ଜନ କୁମାର ବିଶ୍ବାଳଙ୍କ ନାମ ମଧ୍ୟ ବିଜେଡିର ମେୟର ପ୍ରାର୍ଥୀ ଭାବେ ଚର୍ଚ୍ଚାରେ ରହିଛି।

ସେହିପରି  କଂଗ୍ରେସର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମେୟର୍‌ ପଦବୀ ପାଇଁ ପ୍ରାର୍ଥୀ ହେଲେ ମଧୁସ୍ମିତା ଆଚାର୍ଯ୍ୟ । ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କଲା କଂଗ୍ରେସ।କଂଗ୍ରେସ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ନାମ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌, ଓଡ଼ିଶୀ ନୃତ୍ୟ ଶିଳ୍ପୀ । କଲେଜ ଜୀବନରେ ମଧ୍ୟ ରାଜନୀତିରେ ଜଡିତ ଥିଲେ । ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ।

କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ । ସେ ଦୃଷ୍ଟିକୋଣରୁ କଂଗ୍ରେସ ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ତାଙ୍କୁ ମେୟର ପ୍ରାଥୀ ଭାବେ ଚୟନ କରିଛି ଜାତୀୟ କଂଗ୍ରେସ ।

 

Leave A Reply

Your email address will not be published.