ଲାଞ୍ଚ ନେଇ ଗିରଫ ହୋଇଥିବା ପୁରୀ ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର ସୁକାନ୍ତ ଜେନାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲାଞ୍ଚ ନେଇ ଧରାପଡ଼ିଥିବା ପୁରୀ ଜିଲ୍ଲା ନିମାପଡା ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୁକାନ୍ତ ଜେନାଙ୍କୁ ହାଇକୋର୍ଟରୁ ମିଳିଛି ନିୟମିତ ଜାମିନ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଡାକ୍ତରଙ୍କ ବିରୋଧରେ ଭୁବନେଶ୍ବର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଚଢାଉ ପରେ ୨ କୋଟି ୫୭ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିଲା। ଦୁର୍ନୀତି ନିରୋଧ ଆଇନ ବଳରେ ଭୁବନେଶ୍ବର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିବାବେଳେ ଡାକ୍ତର ଶ୍ରୀ ଜେନା ନିଜ ଆୟଠାରୁ ଅଧିକ ୩୦୪ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ଏବଂ ନିଜ ଆୟ ନେଇ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କ ନାମରେ ଏହି ମାମଲ‌ା ରୁଜୁ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ ଗତ ୧୬ ତାରିଖ ଦିନ ଡାକ୍ତର ଜେନା ୮ ହଜାର ଟଙ୍କା ଲାଞ୍ଚ ନେଉଥିବା‌ବେଳେ ଧରାପଡ଼ିଥିଲେ। ସେହିଦିନ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇଥିଲା। ଭୁବନେଶ୍ବର ନନ୍ଦନ ବିହାରରେ ଥିବା ତାଙ୍କ ଘରେ ଚଢଉ କରାଯାଇ ୧ କୋଟି ୧୨ଲକ୍ଷ ଟଙ୍କାର ନଗଦ ଟଙ୍କା ଜବତ କରାଯାଇଥିଲା। ଗତ ୨୫ରେ ଗିରଫ କରାଯାଇ କୋର୍ଟ ଚାଲାଣ କରଯାଇଥିଲା।

Leave A Reply

Your email address will not be published.