କାବୁ ହେଲା ବାଘ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): 2 ଦିନର କସରତ ପରେ କାବୁ ହେଲା ବାଘ । ବାରିପଦାରେ ଆତଙ୍କ ସୃଷ୍ଟି କରିଥିବା କଲରାପତରିଆ ବାଘକୁ ଠାବ କରିବାରେ ସଫଳ ହୋଇଛି ବନବିଭାଗ । ଭଞ୍ଜପୁର ଥାନା ବୁଢୀଖମାରୀରୁ ଟ୍ରାଙ୍କୁଲାଇଜ୍ କରି ବାଘକୁ ଧରିଲା ବନବିଭାଗର ରେସ୍କ୍ୟୁ ଟିମ୍‌ ।

ବାଘଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଶିମିଳିପାଳରେ ଛଡ଼ା ଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବାଘକୁ ଦେଖିବା ପାଇଁ ଭଞ୍ଜପୁରରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଛି ।  ସୂଚନା ମୁତାବକ,  ଆଜି ସକାଳ ୬ଟା ସମୟରେ ବାରିପଦା ସହର ଭଞ୍ଜପୁର ସ୍ଥିତ ବାଘ ଘର ଗଳି ବୁଢ଼ୀଖମାରିଆ ପ୍ରାଥମିକ ବିଦ୍ୟାଳୟ ନିକଟରେ କୁକୁରମାନେ ଜୋରରେ ଭୁକିଥିଲେ। ଏହି ସମୟରେ ଏକ କଲରାପତରିଆ ବାଘ କୁକୁର ଭୁକିବା ଭୟରେ ପାଚେରି ଡେଇଁ ସ୍କୁଲ ପରିସରରେ ପଶିଯାଇଥିଲା।

ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନ ବିଭାକୁ ଖବର ଦେଇଥିଲେ। ୦୨ ନମ୍ବର ୱାର୍ଡ ବାଘଘର ଗଳି ଠାରେ ଆଜି ସକାଳୁ ମକରଧ୍ବଜ ସୋରେନ ନାମକ ଜଣେ ବ୍ୟକ୍ତି ତାଙ୍କ ପିଲାକୁ ଟିଉସନ ଛାଡିବାକୁ ଯିବା ସମୟରେ ବାଘକୁ ଦେଖିଥିଲେ । ପରେ ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇବା ପରେ ବନବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସମେତ ଭଞ୍ଜପୁର ଥାନା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବାଘର ସନ୍ଧାନ ପାଇଁ ଲାଗି ପଡ଼ିଥିଲେ । ଶେଷରେ ବାଘଟି କାବୁ ହୋଇଛି ।   ଶେଷରେ ବାଘଟି କାବୁ ହୋଇଛି ।

Leave A Reply

Your email address will not be published.