ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜନୀତିରେ ମିଶ୍ରଣକୁ ନେଇ ସାଧାରଣରେ ଜୋର୍ ସୋର୍ ଚର୍ଚ୍ଚା | ସାଧାରଣ ନିର୍ବାଚନ କିଛି ଦିନ ବାକି ଥିବା ବେଳେ ବାସୁଦେବପୁରରେ ଆରମ୍ଭ ହୋଇ ଯାଇଛି ତିନି ଦଳ ର ପ୍ରଚାର।ଏଇ କ୍ରମ ରେ ଦେଖିବାକୁ ମିଳୁଛି ମିଶ୍ରଣ ପର୍ବ।
ଗୁରୁବାର ଦିନ ରାତିରେ ଦୁଇ ଦଳ ର ମିଶ୍ରଣ ପର୍ବ କୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ ଦେଖି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି।ବାସୁଦେବପୁର ପୌର ପରିଷଦ ର ୱାର୍ଡ ନମ୍ୱର୍ ୧୧ ରେ କିଛି ଯୁବକ ବିଧାୟକ ବିଷ୍ଣୁ ବ୍ରତ ଙ୍କ ଉପସ୍ଥିତି ରେ ବିଜେଡ଼ି ରେ ମିଶିବା ନେଇ ପୋଷ୍ଟ share ହୋଇ ଥିବା ବେଳେ ତାହାର କିଛି ସମୟ ପରେ କଂଗ୍ରେସ କୁ ଫେରୁଥିବା ନେଇ ପୋଷ୍ଟ ହେଉଚି।
ଯାହାକୁ ନେଇ ବାସୁଦେବପୁରରେ ଚର୍ଚ୍ଚା ଜୋର ଧରିଛି। ସୂଚନା ଥାଉ କି ବୁଧବାର ଦିନ ବହୁ ଯୁବକ ବିଜେପି ରେ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଙ୍କ ଉପସ୍ଥିତ ରେ ମିଶିଥିଲେ। ସ୍ଥାନୀୟ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାର ଦାସ ଙ୍କ ନିଜ ୱାର୍ଡ ବାର ନମ୍ବର ହୋଇଥିବା ବେଳେ ଏଗାର ନମ୍ୱର୍ ୱାର୍ଡ ଓ ବାର ନମ୍ୱର୍ ୱାର୍ଡ ରେ କାଉନସିଲର ବିଜେଡ଼ି ରେ ଅଛନ୍ତି। ଏଣୁ ଏହି ଦୁଇ ୱାର୍ଡ କୁ ନେଇ ରାଜନୈତିକ ଚର୍ଚ୍ଚା ସାଧାରଣ ରେ ଜୋର୍ ସୋର୍ ରେ ଆଲୋଚନା କରାଯାଉଛି।
Comments are closed.