ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଦ୍ରୀଙ୍କ ବାଇକ ରାଲି ଦେଖି ବିରୋଧୀ ଛାନିଆ | ଘଷିପୁରା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପାର୍ଥି ବଦ୍ରୀ ନାରାୟଣ ପାତ୍ର ଙ୍କ ଶକ୍ତିଶାଳୀ ବାହିନୀ ବାଇକ ରାଲି ରେ ନିଜର ଶକ୍ତି ପ୍ରଦର୍ଶନ କରି ଭୋଟର ମାନଙ୍କୁ ପ୍ରଭାବିତ କରିବାରେ ଲାଗି ପଡ଼ିଛନ୍ତି |
ଘଷିପୁରା ଓ ଘଟଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ରାଜନୈତିକ ମାହୋଲ ବେଶ ଗରମ ରହିଥିବା ବେଳେ ବିଧାୟକ ପାର୍ଥି ଘର ଘର ବୁଲି ଭୋଟର ମାନଙ୍କୁ ମାନେଇବାରେ ଲାଗିଛନ୍ତି | ତେବେ ଗୁରୁବାର ବିଜେଡି ର ବାଇକ ରାଲି ଦେଖି ବିରୋଧୀ ଙ୍କ ମୁଣ୍ଡ ବିଗାଡିଛନ୍ତି ବଦ୍ରୀ |
୧୩ ଟି ପଞ୍ଚାୟତ କୁ ନେଇ ଏହି ବାଇକ ରାଲି ହୋଇଥିଲା ଏଥିରେ ୨୫୦୦ ହଜାର ରୁ ଉର୍ଦ୍ଧ୍ବ ବାଇକ ସାମିଲ ହୋଇ ପଦନା ରୁ ବାହାରି ସାଈକୂଳ ରେ ଶେଷ ହୋଇଥିଲା ।
Comments are closed.