ଅନୁଗୋଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନୁଗୋଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ବିଶାଳ ରୋଡ ସୋ ପରେ କଟକ ଓ ଅନୁଗୋଳ ଜିଲ୍ଲାରେ ମଧ୍ୟ କାର୍ଯ୍ୟକ୍ରମ ରହିଛି  । ଅନୁଗୋଳ ନାଲକୋ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ସମେତ ସଭାମଞ୍ଚରେ ଦୁଇ ସାଂସଦ ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରୁଦ୍ରନାରାୟଣ ପାଣି ଏବଂ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ମାନେ ଉପସ୍ଥିତ ରହିଛନ୍ତି  । ଏହାଛଡା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବହୁ ରାଜ୍ୟସ୍ତରୀୟ ନେତା ମଧ୍ୟ ଉପସ୍ଥିତ ରହିବେ ।  ଦୁଇ ଲୋକସଭା କ୍ଷେତ୍ରରୁ ଲକ୍ଷାଧିକ କର୍ମୀ ଓ ସାଧାରଣ ଜନତାଙ୍କ ସମାଗମ ଦେଖିବାକୁ ମିଳିଛି  । ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  ।

ଅନୁଗୋଳରେ ସିଧାସଳଖ ବିଜେଡି ସରକାରକୁ ଟାର୍ଗେଟ କରି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପରିକି ଏଥର ବିଜେଡି ସରକାର ଯିବା ଥୟ ବୋଲି କହିବା ସହ ଅନୁଗୋଳ ବାସିନ୍ଦାଙ୍କୁ ଆସନ୍ତା ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପାଖରୁ ଦେଖିବାକୁ ଅସହ୍ୟ ଖରାରେ ବି ପ୍ରବଳ ଲୋକ ଗହଳି ଦେଖିବାକୁ ମିଳିଛି।

Comments are closed.