ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି । ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ଏକ ବାତ୍ୟାର ରୂପ ନେବ । ସନ୍ଧ୍ୟା ସୁଦ୍ଧା ଏହା ବାଂଲାଦେଶ ଖେପୁପାରା ଉପକୂଳରୁ ୮୦୦ କି.ମି. ଦକ୍ଷିଣ ଓ ଦକ୍ଷିଣ- ପଶ୍ଚିମ ଏବଂ ପଶ୍ଚିମବଙ୍ଗ ଉପକୂଳରୁ ୮୧୦ କି.ମି. ଦକ୍ଷିଣରେ କେନ୍ଦ୍ରୀଭୂତ ରହି ଧୀରେ ଧୀରେ ଉତ୍ତରପୂର୍ବ ଦିଗରେ ଗତି କରୁଛି।

ଅବପାତଟି ଅଧିକ ତୀବ୍ର ହୋଇ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ସମ୍ଭାବ୍ୟ ବାତ୍ୟାର ନାଁ ରହିଛି ‘ରେମଲ’।  ଏହାପରେ କାଲି ମଧ୍ୟରାତ୍ରି ସୁଦ୍ଧା ସାଗର ଦ୍ବୀପ ଓ ଖେପୁପାରା ମଧ୍ୟରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ କରିବ । ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ । ହେଲେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ପବନ ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବୋହିବ। ମଝିରେ ମଝିରେ ଝଟକା ପବନର ବେଗ ଘଣ୍ଟା ପ୍ରତି ୬୦ କି.ମି. ପର୍ଯ୍ୟନ୍ତ ରହିବ।

Leave A Reply

Your email address will not be published.