ଶେଷ ପର୍ଯ୍ୟାୟ ନିର୍ବାଚନ; ଶେଷ ହେବ ପ୍ରଚାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୁନ ପହିଲାରେ ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ଜୁନ୍ ୧ ଶନିବାର ୮ଟି ରାଜ୍ୟରେ ୫୭ ଲୋକସଭା ଆସନରେ ହେବ ମତଦାନ । ଭୋଟରଙ୍କୁ ମନେଇବା ପାଇଁ ବିଭିନ୍ନ ଦଳର ନେତା ମାରାଥନ ପ୍ରଚାର କରୁଛନ୍ତି।

ଓଡ଼ିଶାର ମୟୂରଭଞ୍ଜ, ଜଗତସିଂପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଯାଜପୁର ଆଦି ୬ଟି ଲୋକସଭା ଆସନରେ ଜୁନ୍ ୧ରେ ମତଦାନ ହେବ। ଏହା ସହିତ ଏସବୁ ସଂସଦୀୟ କ୍ଷେତ୍ରର ୪୨ଟି ବିଧାନସଭା ଆସନରେ ମଧ୍ୟ ମତଦାନ ଅନୁଷ୍ଠିତ ହେବ। ଓଡ଼ିଶାରେ ଏହା ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ। ଚତୁର୍ଥ ପର୍ଯ୍ୟାୟରେ ୬ ଲୋକସଭା ଆସନ ଓ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଆସନ୍ତା ୧ ତାରିଖରେ ଭୋଟ ଗ୍ରହଣ ହେବ ।

ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର । ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ମତଦାନ ହେବ।

Leave A Reply

Your email address will not be published.