ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡିଶା ଛୁଇଁ ଥିଲେ ମଧ୍ୟ ଏଯାଏଁ ବର୍ଷାର ଦେଖା ନାହିଁ। ରାଜ୍ୟରେ ହୋଇ ନାହିଁ ମୌସୁମୀ ବର୍ଷା। ମାତ୍ର ଚିନ୍ତା ବଢାଇଲାଣି ଡେଙ୍ଗୁ ରୋଗ। ଚଳିତ ବର୍ଷ ରାଜ୍ୟରେ ଏଯାଏଁ ୨୩୫ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି।
ସୂଚନା ମୁତାବକ, ଗତବର୍ଷ ଏହି ସମୟ ସୁଦ୍ଧା ୧୦୭ ଜଣ ଡେଙ୍ଗୁ ରୋଗୀ ଥିଲେ । ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୩୫ ରୋଗୀ ଅଛନ୍ତି । ସବୁ ଜିଲ୍ଲା ହସ୍ପିଟାଲରେ ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସର୍ବାଧିକ ରୋଗୀ ଖୋର୍ଦ୍ଧା, ମାଲକାନଗିରି ଓ ପୁରୀରୁ ଚିହ୍ନଟ ହୋଇଛନ୍ତି । ସବୁ ଜିଲ୍ଲାକୁ ଆଲର୍ଟ କରାଯାଇ ପ୍ଲେଟଲେଟ୍ ଉପଲବ୍ଧ କରିବାକୁ କୁହାଯାଇଛି ।
ଏନେଇ ହସ୍ପିଟାଲ ଗୁଡିକୁ ପ୍ରଶିକ୍ଷଣ ଦିଆଯାଇଛି । କଟକ, ଖୋର୍ଦ୍ଧା, ପୁରୀକୁ ଅଧିକ ଆଲର୍ଟ ରହିବାକୁ କୁହାଯାଇଛି । କଟକରେ ୧୯, ଖୋର୍ଦ୍ଧାରେ ୬୫, ମାଲକାନଗିରିରୁ ୧୭ ଓ ସୁନ୍ଦରଗଡ଼ରୁ ୧୦ ରୁ ୧୨ ଡେଙ୍ଗୁ ରୋଗୀ ଚି଼ହ୍ନଟ ହୋଇଛନ୍ତି । ସହରରେ ଡେଙ୍ଗୁ ଅଧିକ ହେବାରୁ ସ୍ୱତନ୍ତ୍ର ଡ୍ରାଇଭ କରାଯାଉଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା କୌଣସି ଡେଙ୍ଗୁ ଜନିତ ମୃତ୍ୟୁ ହୋଇନଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।