ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଙ୍କ ପରମ ଆଶ୍ରୀତ କୁନା ବାବାଙ୍କ ସ୍ମୃତି ଚାରଣ ସଭା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶିଷ୍ଟ ସାଧୁ ହରିନାମ ସଂକୀର୍ତ୍ତନ ଗାୟକ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ପରମ ଆଶ୍ରିତ କଳାକାର ଓଡ଼ିଶାର ବରିଷ୍ଠ ସଦସ୍ୟ କୁନା ବାବା ଓରଫ ନିରଞ୍ଜନ ମିଶ୍ରଙ୍କ ଏକାଦଶାହ ଅବସରରେ ଅରେଈକଣା ଠାରେ କଳାକାର ଓଡ଼ିଶାର ସଭାପତି କବି ସତ୍ୟବ୍ରତ ପୁହାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ପ୍ରାରମ୍ଭରେ ଦିବଂଗତ ଆତ୍ମା ର ସଦ୍ଗତିଃ ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ସ୍ମୃତି ଚାରଣ ସଭା ରେ ଓଳାଶୁଣି ସ୍ଥିତ ଅରକ୍ଷିତ ଦାସ ସମାଧି ପୀଠର ଅଜୟ ବାବା ଯୋଗ ଦେଇ କୁନା ବାବା ଙ୍କ ଆଧାତ୍ମିକ ଜୀବନ୍ ଓ ମଠ ସଂସ୍କୃତି ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ମିଶ୍ର, ବିଚିତ୍ରା ନନ୍ଦ ଶାନ୍ତି, ପ୍ରଭାତ କୁମାର ଜେନା, ଶତୃଘ୍ନ ସାହୁ, ସାମ୍ବାଦିକ ସମରେନ୍ଦ୍ର ମହାଲା, ସାମ୍ବାଦିକ ଏକାଦଶୀ ସେଠି, ଅକ୍ଷୟ କୁମାର ପଣ୍ଡା, ସନ୍ତୋଷ କୁମାର ରାୟ, ସମାଜସେବୀ ଅମରେନ୍ଦ୍ର ସିଂହ ପ୍ରମୁଖ ଯୋଗ ଦେଇ କୁନା ବାବା ଙ୍କ ଆଧ୍ଯାତ୍ମିକ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରି ସେହି ମହାନ ଆତ୍ମା ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ତାଙ୍କ ର ସୁପୁତ୍ର ସାଇ ଶ୍ରିମୟ ମିଶ୍ର ଉପସ୍ଥିତ ସମସ୍ତ ଅତିଥି ଓ ଶୁଭେଚ୍ଛୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave A Reply

Your email address will not be published.