ଜନ୍ମବେଦୀ ଅଭିମୁଖେ ୩ ଠାକୁର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗତକାଲି ବଡଦାଣ୍ଡରେ ଅଟକି ରହିଥିବା ୩ ରଥ ଆଜି ସକାଳୁ ଜନ୍ମବେଦୀ ମୁହାଁ ହୋଇଛନ୍ତି। ଲକ୍ଷଲକ୍ଷ ଭକ୍ତଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ରଥ। ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ।

ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟାଣିଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି ମରିଚିକୋଟ ଛକରେ ଅଟକି ରହିଥିଲା ବଡ଼ ଠାକୁରଙ୍କ ତାଳଧ୍ବଜ ରଥ । ରଥରେ ୩ ଠାକୁରଙ୍କୁ ପାଇ ଭାବବିହ୍ୱଳ ହୋଇପଡ଼ିଛନ୍ତି ଭକ୍ତ। ଘଣ୍ଟଘଣ୍ଟା, ବାଦ୍ୟରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ। ଗତକାଲି ନିର୍ଦ୍ଧାରିତ ସମୟ ନୀତିକାନ୍ତି ସରିବା ପରେ ଅପରାହ୍ନ ୫ଟାରେ ଆରମ୍ଭ ହୋଇଥିଲା ରଥ ଟଣା। ରାଜନଅର ସମ୍ମୁଖରେ ଅଟକିଥିଲା ଦେବୀ ସୁଭଦ୍ରାଙ୍କ ଦର୍ପଦଳନ।

ମରିଚିକୋଟ ଛକରେ ଅଟକି ରହିଥିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। ସେହିପରି ସିଂହଦ୍ୱାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଥିଲେ କାଳିଆ ସାଆନ୍ତ। ୫ ଦଶନ୍ଧି ପରେ ଗତାକାଲି ଏକ ବିରଳ ତିଥିରେ ଏକାଥରେ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଗୁଣ୍ଡିଚା ଯାତ୍ରା ପଡିଥିବାରୁ ଏଥର ଦୁଇ ଦିନ ରଥଟାଣିବାକୁ ପରମ ସୌଭାଗ୍ୟପ୍ରାପ୍ତ ହୋଇଛନ୍ତି ଭକ୍ତ।

Comments are closed.