ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାନଦୀକୁ ଡେଇଁଲେ ଯୁବକ | ଯୋବ୍ରା ନିକଟ ମହାନଦୀକୁ ଡେଇଁ ପଡି ଜଣେ ଯୁବକ ନିଖୋଜ । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ନିଖୋଜ ଯୁବକ ଜଣକ ହେଲେ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ । ସକାଳୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣଙ୍କ ଆସି ମହାନଦୀକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ରାତି ହୋଇଥିବାରୁ ଅଗ୍ନିଶମ ବାହିନୀ ଖୋଜାଖୋଜି କରି ନଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି।
ତେବେ ଯୁବକ ଜଣଙ୍କ କାହିଁକି ମହାନଦୀକୁ ଡେଇଁଲେ,ଏହା ପଛରେ କେଉଁ କାରଣ ଅଛି ତାହା ଜଣାପଡ଼ି ନାହିଁ। ଯୋବ୍ରା ବ୍ରିଜ ଉପରେ ଯୁବକଙ୍କ ଟୋପି ଓ ଚପଲ ପଡ଼ିଛି। ଅନ୍ୟପକ୍ଷରେ ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।