ଫାଇନାଲ ମ୍ୟାଚରେ; ମନୁ କହିଲେ ସଫଳତାର ରହସ୍ୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତର ଷ୍ଟାର ଶୁଟର ମନୁ ଭାକର ରବିବାର ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ୩ୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି। ଏହା ସହିତ ସେ ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ଖାତା ଖୋଲିଛନ୍ତି। ଏହି ସଫଳତା ହାସଲ ପରେ ମନୁ ନିଜ ଅନୁଭୂତି ବଖାଣିଛନ୍ତି। ଦେଶ ପାଇଁ ବିଜୟର ଖାତା ଖୋଲିଥିବା ମନୁ ଏବେ ନ୍ୟାସନାଲ କ୍ରସ ସାଜିଛନ୍ତି |

୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ଜିତିଛନ୍ତି। ଏଥିସହିତ ପ୍ରଥମ ଭାରତୀୟ ମହିଳା ସୁଟର୍ ଭାବରେ ଅଲିମ୍ପିକ୍ସ ପଦକ ଜିତି ଇତିହାସ ରଚିଛନ୍ତି ମନୁ ଭାକର | ତେବେ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ନିଜ ମନର କଥା କହିଛନ୍ତି ବ୍ରୋଞ୍ଜ ମେଡାଲ ବିଜେତା ମନୁ ଭାକର । ସେ କହିଛନ୍ତି, ଫାଇନାଲ ଇଭେଣ୍ଟ ଚାଲିଥିବାବେଳେ ତାଙ୍କ ମନରେ ଗୀତାର ବାଣୀ ଚାଲିଥିଲା । ଫଳାଫଳ ଉପରେ ନୁହେଁ ନିଜ କର୍ମ ଉପରେ ଥିଲା ଫୋକସ୍। ତାଙ୍କୁ ଫାଇନାଲ ଇଭେଣ୍ଟର ଶେଷ କିଛି ମୁହୂର୍ତ୍ତ ବିଷୟରେ ପଚରାଯାଇଥିଲା। ମନୁ କହିଛନ୍ତି, ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ ଯେ, କେବଳ ନିଜ କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କର। ଫଳକୁ ଆଶା କରନାହିଁ। ଏହି କଥା ଫାଇନାଲ ମ୍ୟାଚ ସମୟରେ ସେ ସ୍ମରଣ  କରୁଥିଲେ।

ସେ କେବଳ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଧ୍ୟାନ ଦେଇଥିଲେ। କିନ୍ତୁ ତାଙ୍କ ଭାଗ୍ୟ ତାଙ୍କ ନିୟନ୍ତ୍ରଣରେ ନ ଥିଲା। ଏହି ସମୟରେ ସେ ଗତ ଟୋକିଓ ଅଲିମ୍ପିକ୍ସରେ ତାଙ୍କ ବିଫଳ ପ୍ରଦର୍ଶନ ଉପରେ ବି ମତ ରଖିଥିଲେ। ସେ କହିଥିଲେ, ଟୋକିଓ ଅଲିମ୍ପିକ୍ସ ତାଙ୍କ ପାଇଁ ନୈରାଶ୍ୟଜନକ ରହିଥିଲା। କିନ୍ତୁ ଯାହା ବିତିଗଲା, ତାହା ବିତିଗଲା। ବର୍ତ୍ତମାନ ସେ ଯେଉଁ ପଦକ ପାଇଛନ୍ତି ତାହା ସମଗ୍ର ଦେଶବାସୀଙ୍କ ପାଇଁ। ଭାରତ ପାଇଁ ପଦକ ଜିତିବାରେ ସେ କେବଳ ଗୋଟିଏ ମାଧ୍ୟମ।

Leave A Reply

Your email address will not be published.