ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀର୍ଘ ତିନି ମାସ ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ବିରଳ ଲୁଣିଆ କୁମ୍ଭୀରର ପ୍ରଜନନଋତୁ ଯୋଗୁଁ ପାର୍କ ବନ୍ଦ ହୋଇଯାଇଥିଲା। ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ଦେବାପାଇଁ ଚଳିତବର୍ଷ ଡାଙ୍ଗମାଳ ଠାରେ ୧୫ ଫୁଟ ଉଚ୍ଚରେ ବନ ବିଭାଗ କରିଛି ସ୍କାଏ ୱlକ୍। ଏହାର ଲମ୍ବ ୬୦୦ ମିଟର ରହିଛି।

ଏହା ଉପର ଦେଇ ଯିବା ବେଳେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହ ଜାତିଜାତିକା ପକ୍ଷୀ, ହରିଣ ଓ ସରୀସୃପମାନଙ୍କୁ ଦେଖିବାକୁ ପାଇବେ। ଏହା ବ୍ୟତୀତ ଭିତରକନିକାରେ ପ୍ରବାହିତ ନଦୀ ମଧ୍ୟରେ ରହଣି ପାଇଁ ମଧ୍ୟ ଚଳିତବର୍ଷ ୪ଟି କାଟା ମେରାଇନ ବୋଟର ସୁବିଧା ରହିଛି। ଫଳରେ ନଦୀ ଭିତରେ ସୌଖିନ ବୋଟରେ ପଞ୍ଚତାରକା ହୋଟେଲର ମଜା ନେଇପାରିବେ ପର୍ଯ୍ୟଟକ।

ଭିତରକନିକାକୁ ପ୍ରବେଶ ପାଇଁ ଦୁଇଟି ଜଳପଥ ଓ ଗୋଟିଏ ସ୍ଥଳ ପଥ ରହିଛି। ଜଳ ପଥ ପାଇଁ  ବୋଟ୍ ଯୋଗେ ପର୍ଯ୍ୟଟକ ଆସିବା ପାଇଁ ସୁବିଧା ଥିବା ବେଳେ, ସ୍ଥଳପଥରେ ସିଧା ଡାଙ୍ଗମାଳ ଜାତୀୟ ଉଦ୍ୟାନ ପାଖରେ ପହଞ୍ଚିବା ପାଇଁ ସୁବିଧା ରହିଛି। ବନ ବିଭାଗ ପର୍ଯ୍ୟଟକଙ୍କ ସୁବିଧା ଦୃଷ୍ଟିରୁ ପରିଚୟପତ୍ର ବାଧ୍ୟତାମୂଳକ କରିବା ସହ ପ୍ଲାଷ୍ଟିକ ଓ ପଲିଥିନକୁ ସମ୍ପୂର୍ଣ ନିଷେଧ କରିଛି।

Leave A Reply

Your email address will not be published.