ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ । ପ୍ୟାରିସ ଅଲିମ୍ପିକ୍ସ 2024 ପରେ ସାରା ଦେଶରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଥିବା ଷ୍ଟାର ରେସଲର ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । କୁସ୍ତି ମୈଦାନ ପରେ ଏବେ ନିର୍ବାଚନୀ ମୈଦାନରେ ଦେଖାଇବେ ନିଜ ନିଜର ଦମ୍। ହରିଆଣା ବିଧାନସଭା ନିର୍ବାଚନରେ ଏମାନେ ନିଜ ଭାଗ୍ୟ ପରୀକ୍ଷା। ଏଥିପାଇଁ ଉଭୟଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ସୂତ୍ରରୁ ସୂଚନା ମିଳିଛି।
ରେସଲର ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି। ଏଥିସହ ଉଭୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଛନ୍ତି। ଏହି ଦେଖାସାକ୍ଷାତ ପରେ ହିଁ ଉଭୟ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ଆସନ୍ତା ମାସରେ ହରିଆଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଉଭୟ ପ୍ରତିଦ୍ୱନ୍ଦ୍ୱିତା କରିବେ। କଂଗ୍ରେସ ଟିକେଟ୍ରେ ହରିଆଣାର ବାଦିଲ୍ରୁ ବଜରଙ୍ଗ ପୁନିଆ ନିର୍ବାଚନ ଲଢ଼ିବେ। ସେହିପରି ଭିନେଶ ଫୋଗାଟ ଜୁଲାନା ଆସନରୁ ପ୍ରତିଦ୍ୱନ୍ଦ୍ୱୀ କରିବେ ବୋଲି କୁହାଯାଉଛି। ତେବେ ଏନେଇ କଂଗ୍ରେସ ପକ୍ଷରୁ ଏଯାଏଁ କୌଣସି ଘୋଷଣା ହୋଇନାହିଁ। କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଓ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇ ନିର୍ବାଚନ ଲଢ଼ିପାରନ୍ତି ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲା ।
ଏବେ ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ଓ କେସି ବେଣୁଗୋପାଳଙ୍କ ଭଳି ଦଳର ହାଇକମାଣ୍ଡଙ୍କୁ ଭେଟିବା ପରେ ଚିତ୍ର କିଛିମାତ୍ରାରେ ସ୍ପଷ୍ଟ ହେବାରେ ଲାଗିଛି । ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦିନେ କିମ୍ବା ଦୁଇଦିନ ଭିତରେ ଏହାର ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ଏହା ପୂର୍ବରୁ ଉଭୟ ଭିନେଶ ଓ ବଜରଙ୍ଗ ପୁନିଆ ରାହୁଲ ଗାନ୍ଧୀ ଓ ଦଳର ସଂଗଠନ ସଚିବ କେସି ବେଣୁଗୋପାଳଙ୍କୁ ଭେଟିବା ସୂଚାଇ ଦେଉଛି ଯେ ଉଭୟ କୁସ୍ତିଯୋଦ୍ଧା କଂଗ୍ରେସ ଟିକଟରେ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିପାରନ୍ତି ।
Comments are closed.