ଘଷିପୁରା ଷ୍ଟେଟ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘଷିପୁରା ଷ୍ଟେଟ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ | ବିଳମ୍ବିତ ରାତିରେ ଘଷିପୁରା ସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ନିଆଁ ଲାଗିଥିଲା। ଏନେଇ ଖବର ପାଇବା ପରେ ନିଆଁ ଲିଭାଇବା ଲାଗି ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ ବାହିନୀ।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ SBI ଶାଖା କାର୍ଯ୍ୟାଳୟରୁ ଧୂଆଁ ବାହାରୁ ଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଶାଖା ପରିଚାଳକଙ୍କୁ ଖବର ଦେଇଥିଲେ। ଏଥି ସହିତ ଅଗ୍ନିଶମ ବାହୀନିକୁ ମଧ୍ୟ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଅଗ୍ନିଶମ ବିଭାଗର ଦୁଇଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ହେଲେ ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ଅଧିକ ସମୟ ଲାଗିଥିଲା।

ତେବେ ବ୍ୟାଙ୍କରେ କିପରି ନିଆଁ ଲାଗି଼ଲା ତାହା ଜଣାପଡ଼ି ନାହିଁ। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ବ୍ୟାଙ୍କରେ କେତେ କ୍ଷୟକ୍ଷତି ହୋଇଛି ତାହାର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନି। ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଛି। ତେଣେ କଂପ୍ୟୁଟରଗୁଡ଼ିକ ବି ଜଳିଯାଇଥିବାରୁ ହାର୍ଡ ଡିସ୍କ ପୋଡ଼ିଯାଇଥିବା କୁହାଯାଉଛି। ସର୍ଟସର୍କିଟରୁ ନିଆଁ ଲାଗିଥିବାର ସନ୍ଦେହ କରାଯାଇଛି।

Comments are closed.