ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା । ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ । ମାମଲାରେ ସିବିଆଇ ତଦନ୍ତ କାହିଁକି ହେଉନି ସେନେଇ ଜବାବ ଲୋଡିଲେ ହାଇକୋର୍ଟ । ତଦନ୍ତର ଅଗ୍ରଗତି ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ ।  ମାମଲାର ତଦନ୍ତ ଦାୟିତ୍ୱ କାହିଁକି ସିବିଆଇକୁ ଦିଆନଯିବ ସେନେଇ ରାଜ୍ୟ ସରକାର ଉତ୍ତର ରଖିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି।

ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ଶୁଣାଣି କରି ଆଗାମୀ ଶୁଣାଣି ସୁଦ୍ଧା ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି। ସେପ୍ଟେମ୍ବର ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି। ୨୦୨୩ ଫେବୃୟାରୀ ୨୮ରେ ଭିସୁଟ ସମାବତ୍ତର୍ନ ଉତ୍ସବ ପରେ ଛାତ୍ରୀ ଚିନ୍ମୟୀ ନିଖୋଜ ହୋଇଯାଇ ଥିଲେ। ଏନେଇ ପରିବାର ପକ୍ଷରୁ ବୁର୍ଲା ଥାନାରେ ଚିନ୍ମୟୀଙ୍କୁ ହତ୍ୟା କରାଯାଇଥିବା ନେଇ ଏତଲା ଦିଅାଯାଇଥିଲା। ୨୦୨୩ ମସିହା ଫେବୃୟାରୀ ୨୮ ତାରିଖରେ ଘଟିଥିଲା ଘଟଣା ।

ହୀରାକୁଦ ପାୱାର ଚାନେଲରେ ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତଦେହ ମିଳିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଜୋର ଧରିଥିଲା। ମୃତଦେହରେ ଥିବା କେତେକ ଆଘାତ ଚିହ୍ନ ଏବଂ ପାରିପାର୍ଶ୍ଵିକ ସ୍ଥିତିକୁ ଆଧାର କରି ହତ୍ୟା ମାମଲା ରୁଜୁ କରିବାକୁ ଚିନ୍ମୟୀଙ୍କ ପରିବାର ପକ୍ଷରୁ ଦାବି ଜୋର ଧରିଥିଲା। ଅନ୍ୟପଟେ ଏହା ଆତ୍ମହତ୍ୟା ବୋଲି ପୁଲିସ କହିବା ପରେ ଚିନ୍ମୟୀଙ୍କ ମା’ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Comments are closed.