ପୁଟିନଙ୍କୁ ବିଷ ଦେଇ ମାରିବାକୁ ହୋଇଛି ଷଡଯନ୍ତ୍ର, ଗୁଇନ୍ଦା ରିପୋର୍ଟ ଆସିବା ପରେ ୧୦୦୦ ଜଣ କର୍ମଚାରୀଙ୍କୁ ବଦାଳାଇଦେଲେ ଋଷ ରାଷ୍ଟ୍ରପତି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପୁଟିନଙ୍କୁ ମହଙ୍ଗା ପଡ଼ିଲାଣି ୟୁକ୍ରେନ ଉପରେ ଆକ୍ରମଣ। ଭୟଭୀତ ରୁଷିଆ ରାଷ୍ଟ୍ରପତି ପୁଟିନ। ତାଙ୍କୁ ବିଷ ଦେଇ ମାରିବା ଷଡଯନ୍ତ୍ର ହୋଇଥିବା ନେଇ ଗୁଇନ୍ଦା ରିପୋର୍ଟ ଆସିବା ପରେ ଭୟଭୀତ ପୁଟିନ। ସେ ନିଜର ସମସ୍ତ ବ୍ୟକ୍ତିଗତ ଷ୍ଟାଫଙ୍କୁ ବଦଳି କରିଛନ୍ତି । ପ୍ରାୟ ୧ହଜାର ଷ୍ଟାଫଙ୍କୁ ବଦଳାଇ ଦେଇଛନ୍ତି ପୁଟିନ। ସେମାନଙ୍କ ମଧ୍ୟରେ ତାଙ୍କ ରୋଷେୟା, ବଡିଗାର୍ଡ ପ୍ରମୁଖ ଅଛନ୍ତି। ରୁଷର କିଛି ବରିଷ୍ଠ ଶାସକ ଓ ବ୍ୟବସାୟୀ ଏହି ଯୋଜନା କରିଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି। ପୁଟିନଙ୍କୁ ହତ୍ୟା କରି ତାଙ୍କ ସ୍ଥାନରେ ଜଣେ ନୂଆ ରାଷ୍ଟ୍ରପତିଙ୍କୁ ନିଯୁକ୍ତି କରାଯିବ।  ରୁଷ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ବାସନ୍ଦ ଲାଗୁ ହୋଇଥିବାରୁ ଦେଶର ଶିଳ୍ପପତି, ବ୍ୟବସାୟୀ ଓ ବରିଷ୍ଠ ଶାସକମାନେ ଘୋର କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ସେମାନେ ପୁଟିନଙ୍କୁ ହଟାଇବାକୁ ଚାହୁଁଛନ୍ତି । ବିଷଦେଇ ହତ୍ୟା, ଆକସ୍ମିକ ଦୁର୍ଘଟଣା କିମ୍ବା ସେଭଳି ଅନ୍ୟ କୌଣସି ପ୍ରକାରେ ହତ୍ୟା କରିବାକୁ ବିଚାର କରାଯାଉଥିବା ଜଣାପଡ଼ିଛି । ୟୁକ୍ରେନ ଯୁଦ୍ଧରେ ରୁଷ ସେଭଳି କୌଣସି ସଫଳତା ପାଇନାହିଁ । ଏହି କାରଣରୁ ଦେଶର ୮ବରିଷ୍ଠ ସେନା ଜେନେରାଲଙ୍କୁ ବରଖାସ୍ତ କରାଯାଇଛି। ସେମାନେ ମଧ୍ୟ ପୁଟିନଙ୍କୁ ହଟାଇବା ଲାଗି ଷଡଯନ୍ତ୍ରରେ ସାମିଲ ହୋଇଛନ୍ତି ।

ସୂଚନା ଅନୁସାରେ, ଫେବ୍ରୁଆରି ମାସରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ତାଙ୍କର ସମସ୍ତ ବ୍ୟକ୍ତିଗତ କର୍ମଚାରୀଙ୍କୁ ବଦଳି କରିଦେଇଛନ୍ତି । ତେବେ ଏହି ନିଷ୍ପତ୍ତି ସେ ୟୁକ୍ରେନ୍‌ରେ ‘ବିଶେଷ ସେନା ଅଭିଯାନ’ ଆରମ୍ଭ ପୂର୍ବରୁ କିମ୍ବା ପରେ ନେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ତେବେ ବଦଳି ହୋଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଅଛନ୍ତି, ରାନ୍ଧୁଣିଆ, ଧୋବା, ଅଙ୍ଗରକ୍ଷୀ ଭଳି କର୍ମଚାରୀମାନେ। ‘ଡେଲି ମେଲ୍‌’ ରିପୋର୍ଟ କରିଛି ଯେ, ୟୁକ୍ରେନୀୟ ଗୁଇନ୍ଦା କହିବା ଅନୁସାରେ, ପୁଟିନ୍‌ଙ୍କୁ ବିଷ ଦେଇ ଏହାକୁ ଗୋଟାଏ ଦୁର୍ଘଟଣା ଭାବେ ଅଭିହିତ କରିବା ଲାଗି ମସ୍କୋର ଶୀର୍ଷସ୍ତରୀୟ ଅଧିକାରୀମାନଙ୍କ ଉଦ୍ୟମ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହି ହେବନାହିଁ ।

ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢି ନିଜ ଦେଶକୁ ଅକଳରେ ପକାଇଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଆର୍ଥିକ ସଂକଟର ସାମ୍ନା କରିବାକୁ ଯାଉଛି ଋଷିଆ । ପାଶ୍ଚାତ୍ୟ ଦେଶରେ ବ୍ୟବସାୟିକ ପ୍ରତିବନ୍ଧକ ଭିତରେ ଋଷର ଶିଳ୍ପପତି ଶକ୍ତ କ୍ଷତି ସହିବାକୁ ଯାଉଛନ୍ତି । ଫଳରେ ବ୍ୟବସାୟିକ ଭବିଷ୍ୟତ ଏବେ ଅନିଶ୍ଚିତତାରେ ଗତି କରୁଛି । ଏସବୁ ପଛରେ କେବଳ ପୁତିନ ଦାୟୀ ବୋଲି ସେମାନେ ବିବେଚିତ କରୁଛନ୍ତି । ଆଉ ଯେଉଁଥିପାଇଁ ପୁତିନଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇବାର ମାଷ୍ଟର ଷଡ଼ଯନ୍ତ୍ର ରଚିଛନ୍ତି ।

ଫେଡେରାଲ ସିକ୍ୟୁରିଟ ସର୍ଭିସ FSS ମୁଖ୍ୟ ଆଲେକଜାଣ୍ଡର ବର୍ଟିନକୋଭଙ୍କୁ କ୍ଷମତାରେ ବସାଇବାକୁ ଚାହୁଁଛନ୍ତି ଋଷର ଶିଳ୍ପପତି । କର ବା ମର ପଦ୍ଧତି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଆପଣାଇବା ପାଇଁ ଯାଉଛି । ଅର୍ଥାତ ଯେକୌଣସି ଉପାୟରେ ମଧ୍ୟ ଭ୍ଲାଦିମିର ପୁତିନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚାହୁଁଛନ୍ତି ଏମାନେ । ତେଣୁ ଖାଦ୍ୟରେ ବିଷ ଦେଇ ହେଉ ଅବା ଏକ ଆକସ୍ମିକ ଦୁର୍ଘଟଣା ଦ୍ୱାରା ପୁତିନହ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର । ଆଉ ଯଦି ଏହି ଷଡ଼ଯନ୍ତ୍ର ସଫଳ ହୁଏମ, ତେବେ ଏହା ଫଛରେଲ ରହିବ ବର୍ଟିନକୋଭଙ୍କ ବଡ଼ ହାତ । ପୂର୍ବରୁ ଋଷ ସରକାରରେ ପୁତିନଙ୍କ ସହ ମିଶି କାର୍ଯ୍ୟ କରୁଥିଲେ ଆଲେକଜାଣ୍ଡର ବର୍ଟିନକୋଭ । ପୁତିନଙ୍କ ଅତ୍ୟନ୍ତ ଘନିଷ୍ଠ ଅଟନ୍ତି ବର୍ଟିନକୋଭ । କିନ୍ତୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢି ବିଫଳ ହେବାପରେ ପୁତିନଙ୍କ ବିଶ୍ୱାସ ହରାଇଛନ୍ତି ବର୍ଟିନକୋଭ । କିନ୍ତୁ ଋଷରେ ନିଜର ପ୍ରଭାବ ବଜାୟ ରଖିଛନ୍ତି ଆଲେକଜାଣ୍ଡର ବର୍ଟିନକୋଭ ।

ଏମିତିକି ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସେନା, ଗୁଇନ୍ଦା ସଂସ୍ଥା ଏବଂ ରାଜନୀତିରେ ବେଶ ପ୍ରଭାବ ବିସ୍ତାର କରିଛନ୍ତି । ପଡୋଶୀ ୟୁକ୍ରେନ ଉପରେ ମାସାଧିକ ସମୟ ଋଷ ଆକ୍ରମଣ କରିଥିଲେ ମଧ୍ୟ ସଫଳ ହୋଇପାରିନାହିଁ । ଅର୍ଥାତ କେଉଁଠି ନା କେଉଁଠି ପୁତିନଙ୍କ ପ୍ଲାନ ବିଫଳ ହୋଇଛି । କାରଣ ଏକ ଛୋଟିଆ ଦେଶକୁ ନିଜ ଅକ୍ତିଆର ନେବାକୁ ଖୁବ କମ ସମୟ ଲାଗିବା ନେଇ ଭାବିନେଇଥିଲେ ପୁତିନ । ଏହାରି ଭିତରେ ଯୁଦ୍ଧକୁ ମାସେ ବିତିବାକୁ ବସିଥିବାବେଳେ ୟୁକ୍ରେନ ରେ ମୃତ୍ୟୁ ବରଣ କଲେଣି ଋଷିଆର ୧୦ ହଜାରରୁ ଅଧିକ ସେନା । ଅନ୍ତରାଷ୍ଟ୍ରୀୟ ସ୍ତରର କଟକଣା ଭିତରେ ସାମରିକ ଖର୍ଚ୍ଚ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି ଋଷ ପାଇଁ ।

 

Leave A Reply

Your email address will not be published.