ଈଶା ଫାଉଣ୍ଡେସନରେ ପୋଲିସର ତଦନ୍ତ ଉପରେ ରୋକ୍‌ ଲାଗିଇଲା ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସଦଗୁରୁ ଜାଗି ବାସୁଦେବଙ୍କୁ ଈଶା ଫାଉଣ୍ଡେସନରେ ପୋଲିସର ତଦନ୍ତ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ।ତାଙ୍କ ନେତୃତ୍ୱାଧୀନ ଈଶା ଫାଉଣ୍ଡେସନରେ ମାଡ୍ରାସ ହାଇକୋର୍ଟ ଦେଇଥିବା ତଦନ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୁଲିସ ଈଶା ଫାଉଣ୍ଡେସନରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ।

ସୂଚନା ଅନୁସାରେ,  ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ତାମିଲନାଡୁ ପୋଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ପୋଲିସ ଈଶା ଫାଉଣ୍ଡେସନ ଉପରେ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଅପରପକ୍ଷରେ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ରେ କରାଯିବ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଈଶା ଫାଉଣ୍ଡେସନରେ ପୁଲିସ କୌଣସି ପ୍ରକାର ତଦନ୍ତ କରିପାରିବ ନାହିଁ। କୋର୍ଟ ପୁଲିସ କିମ୍ବା ସେନାକୁ ଏପରି ସ୍ଥାନକୁ ପ୍ରବେଶ କରିବାକୁ ଅନୁମତି ଦେଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ତେବେ ଏହି ମାମଲା ଉପରେ ଆସନ୍ତା 18ରେ ପରବର୍ତ୍ତୀ ଶୁଣାଣି କରାଯବି।

Leave A Reply

Your email address will not be published.