ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଲା ଧମକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡାଇବାକୁ ଧମକ ଦିଆଯାଇଛି। ଏହାକୁ ନେଇ ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଛି।  ସୋମବାର ସକାଳେ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ଏକ ଏୟାର ଇଣ୍ଡିଆ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ବୋମା ଧମକ ପାଇବା ପରେ ଜରୁରୀ କାଳୀନ ଅବତରଣ କରାଯାଇଥିଲା। ଏହି ବିମାନ ମୁମ୍ବାଇରୁ ନ୍ୟୁୟର୍କ ଯାଉଥିଲା।

ସୁରକ୍ଷା ଦୃଷ୍ଟିରୁ ଏୟାର ଇଣ୍ଡିଆର ବିମାନକୁ ତୁରନ୍ତ ଦିଲ୍ଲୀକୁ ଡାଇଭର୍ଟ କରାଗଲା। ତେବେ ସୂଚନା ମୁତାବକ, ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ ମିଳିଥିଲା | ଏହାକୁ ନେଇ ଯାତ୍ରୀ ଛାନିଆ ହୋଇପଡିଥିଲେ । ମଝି ଆକାଶରେ ବିମାନକୁ ଡାଇଭର୍ଟ କରାଯାଇ ଥିଲା । ଧମକ ମିଳିବା ପରେ ବିମାନଟିକୁ ଦିଲ୍ଲୀ ଅଭିମୁଖେ ଡାଇଭର୍ଟ କରିଛନ୍ତି ପାଇଲଟ। ଆଇଜି ବିମାନ ବନ୍ଦରରେ ବିମାନଟି ଜରୁରୀକାଳୀନ ଅବତରଣ କରିଛି।

ଏନେଇ ଦିଲ୍ଲୀ ପୁଲିସ ସୂଚନା ଦେଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିମାନଟି ବର୍ତ୍ତମାନ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଛି ଏବଂ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସମସ୍ତ ମାନକ ସୁରକ୍ଷା ପ୍ରୋଟୋକଲ ପାଳନ କରାଯାଉଛି। ଏୟାର ଇଣ୍ଡିଆ ବିମାନ AI 657 ୧୩୫ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିଲା। ସମସ୍ତଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି। ବିମାନକୁ ଅଲଗା ସ୍ଥାନରେ ରଖାଯାଇଛି।

Leave A Reply

Your email address will not be published.