ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗନ୍ତୁ ସଲମାନ କହିଲେ ବିଜେପି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଗୁଳିକରି ହତ୍ୟା କରାଯିବା ଘଟଣା ଏବେ ଅଭିନେତା ସଲମାନଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଏହି ଗୁଳିକାଣ୍ଡ ଘଟଣାରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କରିଛି ବୋଲି ଜାଣିବାକୁ ମିଳିଛି। ଏହି ଗ୍ୟାଙ୍ଗ ବହୁ ଦିନ ଧରି ସଲମାନ ଖାନଙ୍କୁ ଧମକ ମଧ୍ୟ ଦେଇ ଆସୁଛି। ତେଣୁ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ଏଥିପାଇଁ ସଲମାନଙ୍କ ସୁରକ୍ଷାକୁ ଆହୁରି କଡ଼ାକଡି କରାଯାଇଛି।

ଏହାରି ଭିତରେ ବିଷ୍ଣୋଇ ସମାଜକୁ କ୍ଷମା ମାଗିବାକୁ ଅଭିନେତା ସଲମାନ ଖାନ୍‌ଙ୍କୁ ପରାମର୍ଶ ଦେଇଛନ୍ତି ଜଣେ ବିଜେପି ନେତା। ସେପଟେ ଉକ୍ତ ହତ୍ୟା ଘଟଣାରେ 3ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି | ତେବେ କୁହାଯାଉଛି ଯେ ବାବା ସିଦ୍ଦିକୀ ଅଭିନେତା ସଲମାନ ଖାନଙ୍କ ଘନିଷ୍ଠ ଥିବାରୁ ତାଙ୍କୁ ହତ୍ୟା କରାଯାଇଛି | ଏହାରିଭିତରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ହରନାଥ ସିଂ ଯାଦବ ଅଭିନେତା ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗକୁ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି |

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଶ୍ରୀ ଯାଦବ କହିଛନ୍ତି, କୃଷ୍ଣ ମୃଗକୁ ବିଷ୍ଣୋଇ ସମାଜ ଦେବତା ମାନିବ ସହ ତାଙ୍କର ପୂଜା କରନ୍ତି | କିନ୍ତୁ ଆପଣ ଏହି ମୃଗ ଶିକାର କରିଥିଲେ l ଯେଉଁ କାରଣରୁ ବିଷ୍ଣୋଇ ସମାଜଙ୍କର ଭାବନାକୁ ଗମ୍ଭୀର ଆଘାତ ଲାଗିଛି l ତେଣୁ ବିଷ୍ଣୋଇ ସମାଜର ଭାବନାକୁ ସମ୍ମାନ ଦେବା ସହ ନିଜର ଭୁଲ ସ୍ୱୀକାର କରି ସେମାନଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ |

Leave A Reply

Your email address will not be published.