ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲାଙ୍ଗିର ଜିଲ୍ଲା ଗାନ୍ଧିନଗରରେ ଆଜି ଭୋରରୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଥିବା ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର। ଏହି ଦୁର୍ଘଟଣା ଫଳରେ ମନ୍ଦିରଟି ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇ ଯାଇଥିବା ବେଳେ ଡ୍ରାଇଭରଜଣକ ଗୁରୁତର ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ସହର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଟ୍ୟାଙ୍କର ରାସ୍ତାକଡ଼ରେ ଥିବା ଶନିମନ୍ଦିର ପସିଯାଇଥିଲା । ଫଳରେ ମନ୍ଦିରଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଅନ୍ୟପଟେ ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ମନ୍ଦିର ପୂଜକ ।
ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ୟାଙ୍କର କବାଟ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ଏହି ଦୁର୍ଘଟଣାରେ ଶନି ମନ୍ଦିର ଭାଙ୍ଗିରୁଜି ଯାଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି।
Comments are closed.