ପାରିବାରିକ କଳହରୁ ନିଆଁରେ ପୋଡିହୋଇ ଦମ୍ପତି ଗୁରୁତର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାରିବାରିକ କଳହରୁ ନିଆଁରେ ପୋଡିହୋଇ ଦମ୍ପତି ଗୁରୁତର। ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଜଡି଼ଦା ପଞ୍ଚାୟତ ଆଡ଼ିଆ ଗ୍ରାମରେ ପାରିବାରିକ କଳହରୁ ନିଆଁରେ ପୋଡିହୋଇ ଦମ୍ପତ୍ତି ଗୁରୁତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି।

ଆଜି ସକାଳେ ଏହି ଗ୍ରାମର ଶଶିକାନ୍ତ ମହାରଣା ଓ ତାଙ୍କ ସ୍ତ୍ରୀ ଭାନୁମତି ମହାରଣାଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏଥିରେ ମାନସିକ ଭାରସାମ୍ୟ ହରାଇ ଭାନୁମତି ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ଏହା ଦେଖି ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ଶଶୀକାନ୍ତଙ୍କ ଦେହରେ ନିଆଁ ଲାଗିଯାଇଥିଲା।

ଫଳରେ ଦୁଇଜଣ ପୋଡିହୋଇ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ଦୁହିଁଙ୍କର ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comments are closed.