ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନର ମତ ଗଣନା। ପଞ୍ଚାୟତ ନିର୍ବାଚନରେ କ୍ଲିନ୍ ସୁଇପ୍ କରି ଜନମତକୁ ନିଜ ସପକ୍ଷରେ ନେଇଥିବା ବିଜେଡି ପୌର ନିର୍ବାଚନରେ ମଧ୍ୟ ନିଜ ବିଜୟଧାରା ଆରମ୍ଭ କରି ଦେଇଛି। ସକାଳୁ ଗଣତି ଆରମ୍ଭ ହେଉ ହେଉ ଆଗୁଆ ଥିବା ବିଜେଡି ଏବେ ବହୁ ଆସନରେ ଉଡ଼ାଇଲାଣି ନିଜ ବିଜୟ ବାନା। ଗଣତି ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ଆସିଲାଣି ଫଳାଫଳ । ମ୍ୟୁନିସିପାଲିଟି ସମେତ ବହୁ ଏନଏସି ଆସନ ବିଜେଡି ହାତେଇବାରେ ସକ୍ଷମ ହୋଇଥିବା ବେଳେ ପଛରେ ପଡ଼ି ଯାଇଛନ୍ତି ପ୍ରତିଦ୍ୱନ୍ଦ୍ୱି ବିଜେପି ଓ କଂଗ୍ରେସ।
ତାଜା ରିପୋର୍ଟ ଅନୁସାରେ ଭୁବନେଶ୍ବର ମହାନଗରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସଙ୍କୁ ୪୩୦୦ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୪୩୦୦ ଓ କଂଗ୍ରେସକୁ ୧୮୮ ଖଣ୍ଡ ଭୋଟ ମିଳିଛି। ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କୁ୧୯୨୩୩ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୧୫୬୨୩ ଖଣ୍ଡ ଭୋଟ ଓ କଂଗ୍ରେସକୁ ୧୮୧୭ ଖଣ୍ଡ ଭୋଟ ମିଳିଛି। ସେହିପରି କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀଙ୍କୁ ସବାସ ସିଂଙ୍କୁ ୧୦୬୭୭ ଖଣ୍ଡ ମିଳିଥିବା ବେଳେ ବିଜେପିକୁ ୪୨୪୩ ଖଣ୍ଡ ଭୋଟ୍ ଓ କଂଗ୍ରେସକୁ ୯୮୪୩ ଖଣ୍ଡ ଭୋଟ ମିଳିଛି।
ଅନ୍ୟପଟେ ରାଜ୍ୟର ୩ ମହାନଗର ନିଗମରେ ଚାଲିଥିବା ଭୋଟ ଗଣତିରେ ବିଜେଡି ବହୁ ଆଗରେ ରହିଛି। କଟକ ଓ ବ୍ରହ୍ମପୁର ମହାନଗର ଆସନରେ ଗଣତି ସଠିକ୍ ସମୟରେ ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ଟିକିଏ ବିଳମ୍ବରେ ହୋଇଥିଲା ଗଣତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବ ଟ୍ରେଣ୍ଡ ଅନୁସାରେ ଭୁବନେଶ୍ବର ମହାନଗରରେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସଙ୍କୁ ୧୬୮୪୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୧୦୯୪୩ ଓ କଂଗ୍ରେସକୁ ୬୮୨ ଖଣ୍ଡ ଭୋଟ ମିଳିଛି। ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇଙ୍କୁ୩୧୬୮୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୨୩୬୧୩ ଖଣ୍ଡ ଭୋଟ ଓ କଂଗ୍ରେସକୁ ୩୭୭୯ ଖଣ୍ଡ ଭୋଟ ମିଳିଛି। ସେହିପରି କଟକ ମହାନଗର ନିଗମରେ ବିଜେଡି ପ୍ରାର୍ଥୀଙ୍କୁ ସବାସ ସିଂଙ୍କୁ ୨୪୨୮୩ ଖଣ୍ଡ ମିଳିଥିବା ବେଳେ ବିଜେପିକୁ ୭୮୯୬ ଖଣ୍ଡ ଭୋଟ୍ ଓ କଂଗ୍ରେସକୁ ୧୭୩୬୩ ଖଣ୍ଡ ଭୋଟ ମିଳିଛି।