ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ବିଡାନାସୀ ଥାନା ଭୁଆସୁଣୀ ପଠାରେ ଅଭାବନୀୟ ଘଟଣା ଘଟିଛି।  ପାଗଳ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ସୂଚନା ଅନୁସାରେ,  ଆଜି ସକାଳେ ବୃଦ୍ଧ ଜଣଙ୍କ ଭୁଆସୁଣୀ ନଦୀ ପଠାକୁ ଯାଇଥିଲେ।

ଏହି ସମୟରେ ସେ ପାଗଳ ଷଣ୍ଢ ହାବୁଡ଼ରେ ପଡ଼ିଯାଇଥିଲେ। ଷଣ୍ଢଟି ତାଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧ ଜଣକ ତଳେ ପଡିଯାଇଥିଲେ। ପରେ ଷଣ୍ଢଟି ନିଜ ଶିଙ୍ଗରେ ବାରମ୍ବାର ବାରମ୍ବାର ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ବିଡାନାସୀ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସିସିବକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ମୃତକ ବିଡାନାସୀ ଅଞ୍ଚଳର ବୋଲି ଜଣାପଡିଛି। ରବିବାର ମଧ୍ୟ ଷଣ୍ଢଟି ଏକାଧିକ ଲୋକଙ୍କୁ ଆକ୍ରମଣ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ତେବେ ସିଏମସି ପକ୍ଷରୁ ପାଗଳ ଷଣ୍ଢଟିକୁ କାବୁ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.