ଧାନ କିଣାକୁ ନେଇ ବିଧାନସଭାରେ ଝଡ଼, ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଧାନ କିଣାକୁ ନେଇ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ।ବିଧାନସଭାରେ ଧାନକିଣା ନେଇ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି। କଂଗ୍ରେସ ପକ୍ଷରୁ ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ଏବଂ ବିଜେପି ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆଲୋଚନାରେ ଭାଗନେଇ କହିଛନ୍ତି ସବୁ ମଣ୍ଡି ରେ କାହିଁକି ସିସିଟିଭି ଲାଗିପାରିଲା ନାହିଁ।ନିୟମ ଉଲଙ୍ଘନ କାହିଁକି ହେଉଛି।ପୂର୍ବରୁ ଚାଲିଥିବା ବ୍ୟବସ୍ଥା କାହିଁକି ଅକାମି ହେଲା ସରକାରଙ୍କ ପାଖରେ ଉତ୍ତର ନାହିଁ।ଚାଷୀଙ୍କୁ ଶୋଷଣ କରିବା ପାଇଁ ସରକାର ଅସାଧୁ ବ୍ୟବସାୟୀଙ୍କ ସହିତ ହାତ ମିଳାଇଛନ୍ତି।ଚାଷୀଙ୍କ ବାର୍ଷିକ ଆୟ କେତେ ?ମାସକୁ ୫ଶହ ଟଙ୍କା ବି ହେଉନାହିଁ। ଚାଷୀଙ୍କ ଭୋଟ ହାତେଇବା ପାଇଁ ସରକାର ଯୋଜନା କରୁଛନ୍ତି।ଚାଷୀ ବଞ୍ଚିବ କେମିତି।ଡିଜେଲ ଦର ବଢୁଛି।

ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଅଭିଯୋଗ କରିଛନ୍ତି ଟୋକନ ସମସ୍ୟା ପାଇଁ ଶହଶହ ଚାଷୀ ହନ୍ତସନ୍ତ ହେଉଛନ୍ତି। ଟୋକନ ପାଇଥିଲେ ମଧ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। କଟନି ଛଟନି କରାଯାଉଛି। ଅସାଧୁ ମିଲ ମାଲିକ ଫାଇଦା ନେଉଛନ୍ତି। ଆଦର୍ଶ ମଣ୍ଡି କରିପାରୁନାହାନ୍ତି। ବିଭାଗୀୟ ମନ୍ତ୍ରୀ ରଣେନ୍ଦ ପ୍ରତାପ ସ୍ବାଇଁ ଗୄହରେ କହିଛନ୍ତି ଟେକ୍ନୋଲୋଜି ବ୍ୟବହାର କରି ଧାନଚାଷ ଜମି ସର୍ଭେ କରିଛୁ। ୧ଲକ୍ଷ୮ହଜାର ଅଧିକ ଚାଷୀ ନୂତନ ଭାବେ ପଞ୍ଜିକୃତ ହୋଇଛନ୍ତି। ୯୧ଜଣ ସୋସାଇଟି ସେକ୍ରେଟାରୀଙ୍କୁ ନିଲମ୍ବନ କରାଯାଇଛି।ବିରୋଧୀଙ୍କୁ ମନ୍ତ୍ରୀଙ୍କ ଆହ୍ବାନ, ସିଷ୍ଟମ ସହିତ ରୁହ ଚୋରଙ୍କ ସହିତ ଭୂଆ ବିରାଡ଼ି ହୁଅ ନାହିଁ।ଭୁତଚାଷୀଙ୍କୁ ଚିହ୍ନଟ କରି ରାଜ୍ୟ ରାଜକୋଷର ୧୦୯ କୋଟି ଟଙ୍କା ସେଭ ହୋଇଛି। ୨୦୧୯-୨୦ ବର୍ଷ ରେ ୨୯ ପ୍ରତିଶତ ଅଧିକ ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିଛନ୍ତି।

 

Leave A Reply

Your email address will not be published.