ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିସ୍ତାରା ଏୟାରଲାଇନ୍ସ ସୋମବାର ଦିନ ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାର ଠାରୁ ଏହାର ମିଶ୍ରଣ ଏୟାର ଇଣ୍ଡିଆ ଗ୍ରୁପ ସହ ହୋଇଯିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ଏୟାରଲାଇନ ଭିସ୍ତାରା ସୋମବାର ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ଗ୍ରୁପରେ ମିଶିଯିବ।
ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ମଧ୍ୟ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧ ପ୍ରତିଶତ ଭାଗିଦାରୀ ରହିବ। ତେବେ ଏହି ପରିବର୍ତ୍ତନ ପରେ ଭିସ୍ତାରା ଏୟାରଲାଇନ୍ସର ଫ୍ଲାଇଟ୍ କୋଡରେ ‘2’ ଯୋଡାଯିବ। ଉଦାହରଣ ସ୍ୱରୂପ, ଭିଷ୍ଟାରାର ପୂର୍ବ ଫ୍ଲାଇଟ୍ କୋଡ୍ UK 955 ଥିଲା ଓ ପରିବର୍ତ୍ତନ ପରେ ଏହା AI 2955 ହେବ।
୨୦୧୨ ରେ ମନମୋହନ ସିଂହଙ୍କ ନେତୃତ୍ବାଧୀନ ୟୁପିଏ ସରକାର ବିଦେଶୀ ବିମାନ କମ୍ପାନୀ ଗୁଡିକୁ ଘରୋଇ ଏୟାରଲାଇନ୍ସରେ ୪୯% ଅଂଶୀଦାର ହାସଲ କରିବାକୁ ଅନୁମତି ଦେଇଥିଲେ। ଜେଟ ଏୟାରୱେଜ୍ ର ଏୟାରଲାଇନ୍ସ ୨୪% ଅଂଶୀଦାର ହାସଲ କରିପାରିଥିଲା। ସେହି ସମୟରେ ଟାଟା ଗ୍ରୁପ୍ ନେତୃତ୍ୱରେ ଏୟାରଏସିଆ ଇଣ୍ଡିଆ ଏବଂ ଭିସ୍ତାରା ଆରମ୍ଭ ହୋଇଥିଲା। ଗତ ଏକ ଦଶନ୍ଧି ଧରି ଭିସ୍ତାରା ଭାରତୀୟ ଆକାଶରେ ପୂର୍ଣ୍ଣ-ସେବା ଯୋଗାଉଥିବା ଏକମାତ୍ର ବିମାନ ଥିଲା।
Comments are closed.