ଦୁଇ ଲୁଟେରାଙ୍କୁ ଗିରଫ କଲା ଖଇରା ପୋଲିସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଇରା ପୋଲିସ l ଅନ୍ୟ ଜଣେ ଲୁଟେରା ଫେରାର ହୋଇଯାଇଥିବା ସୂଚନା l

ସୂଚନା ଅନୁସାରେ ଗତ ୭ ତାରିଖ ରେ ସୋର କୁପାରୀ ରାସ୍ତା ନନ୍ଦପୁର ଛକ ନିକଟରେ ଜିଓ ଫାଇନାନ୍ସ କମ୍ପାନୀ ର କର୍ମଚାରୀ ତୁଡ଼ିଗଡିଆ ଅଞ୍ଚଳରୁ ୬୫ ହଜାର ଟଙ୍କା ନେଇ ଫେରୁଥିବା ବେଳେ ଏକ ବାଇକ ରେ ୩ ଜଣ ଲୁଟେରା ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟ କରିନେଇଥିବା ବାବଦରେ କର୍ମଚାରୀ ବିଶ୍ୱନାଥ ରାଉତ ଖଇରା ଥାନା ରେ ଅଭିଯୋଗ କରିଥିଲେ l

ଅଭିଯୋଗ ପରେ ଖଇରା ଥାନାରେ ଭାରପ୍ରାପ୍ତ ଅଧିକାରିଣୀ ମୌସୁମୀ ମହାନ୍ତି ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନ ରେ ଲାଗିଥିବା ସିସିଟିଭି ଫୁଟେଜ କୁ ଆଧାର କରି ଛାନଭିନ ଆରମ୍ଭ କରିବା କରିବା ସହିତ ଲୁଟେରା କୁ ଚିହ୍ନଟ କରି ସୋର ଥାନା ଅନ୍ତର୍ଗତ ପାଖର ଗ୍ରାମ ର ସଫିର ଔଦିନ ସାହା ଓ ବେଲପୁର ଗ୍ରାମ ର ଶେଖ ଆରିଫ କୁ ସେମାନଙ୍କ ଘରୁ ଗିରଫ କରିଥିଲେ l ଗିରଫ ବେଳେ ଏହି ଦୁଇ ଜଣ ଠାରୁ ୧୪ ହଜାର ଟଙ୍କା ଜବଦ କରିବା ସହିତ ଏକ ୟାମାହା ବାଇକ କୁ ଜବଦ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ। ଅନ୍ୟ ଜଣେ ଲୁଟେରା ଫେରାର ଥିବା ବେଳେ ତାଙ୍କୁ ଶୀଘ୍ର ଧରିବା ପାଇଁ ଛାନଭିନ୍ ଜାରୀ ରଖିଥିବା ଥାନା ଅଧିକାରୀ ମୌସୁମୀ ମହାନ୍ତି ସୂଚନା ଦେଇଛନ୍ତି l

Comments are closed.