‘ଯାଜପୁର ଜିଲ୍ଲାରେ ଟାଟା କରିବ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ’

0

ଓଡ଼ିଆ ନ୍ୟୁଜ୍: ଚଳିତ ମାସ ୨୨ ତାରିଖରେ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ ଓ ଉଦ୍‌ଘାଟନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲାରେ ୧୨ ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦ୍‌ଘାଟନ କରିବେ। କେବଳ ଟାଟା କଂପାନିର ୬୩ ହଜାର କୋଟି ଟଙ୍କାର ପ୍ରକଲ୍ପ ଶିଳାନ୍ୟାସ କରାଯିବ। ଏହାଦ୍ବାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କେବଳ ବୁଝାମଣାପତ୍ର ସ୍ବାକ୍ଷର ନ କରି ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିଛନ୍ତି। ଜେଏସ୍‌ଡବ୍ଲ୍ୟୁ ଓ ବେଦାନ୍ତ ବି ଶିଳ୍ପ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଆଗକୁ ଗ୍ରାଉଣ୍ଡିଂ ହେବ। ଜଗତସିଂପୁରରେ ପୋସ୍କୋ ସ୍ଥାନରେ ଜେଏସ୍‌ଡବ୍ଲ୍ୟୁ ପ୍ଲାଣ୍ଟ କରୁଛି। କାମ ଆରମ୍ଭ ହେଲାଣି। ଏଏମ୍‌ଏନ୍‌ଏସ୍‌ ପାରାଦ୍ଵୀପରେ କାମ ଆରମ୍ଭ କରିଛି। କେନ୍ଦ୍ରାପଡ଼ାରେ କାମ ଜାରି ରହିଛି।

Leave A Reply

Your email address will not be published.