ଓଡ଼ିଆ ନ୍ୟୁଜ୍: ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ବର୍ଷ ପୂର୍ତ୍ତି ଅବସରରେ ସରକାରୀ ସ୍ତରରେ ଅନେକ କାର୍ଯ୍ୟକ୍ରମ ହେବ।ଜୁନ୍ ୪ରୁ ୧୪ ତାରିଖ ମଧ୍ୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ ହେବ।ଓଡ଼ିଶା ଆସିବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି।ପ୍ରଧାନମନ୍ତ୍ରୀ ଆସିବେ ବୋଲି ଆଶା କରୁଛୁ କହିଲେ ପୃଥ୍ବୀରାଜ। ଗତ କିଛିଦିନ ପୂର୍ବରୁ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେଇପାରନ୍ତି ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଥିଲେ।
ସେ କହିଥିଲେ, ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି।ସୁରେଶ ପୂଜାରୀ କହିଥିଲେ, ଓଡ଼ିଶାରେ ବିଜେପି ସରକାର ଗଠନ ହେବାର ଏଗାର ମାସରେ ଦିଆଯାଇଥିବା ଅଧିକାଂଶ ପ୍ରତିଣ୍ରୁତି ପୂରଣ କରାଯାଇଛି। ଏଣୁ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଯୋଗ ଦେବା ଆମର ଇଚ୍ଛା।