ଓଡ଼ିଆ ନ୍ୟୁଜ୍: ଧରାପଡ଼ିଲା ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍ମା।ବୈପାରୀଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ଧରିଲା ପୋଲିସ। ଜଙ୍ଗଲରୁ AK-47 ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ। ୭ଟି ବଡ଼ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲା କୁଞ୍ଜମର।ବୈପାରୀଗୁଡ଼ା ଥାନାର ପେଟିଗୁଡ଼ା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଜୟପୁର ପୋଲିସ ଏସ୍ଡିପିଓ ପାର୍ଥ କଶ୍ୟପ ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଦିବ୍ୟ ପ୍ରସାଦ ପରିଡ଼ାଙ୍କ ନେତୃତ୍ୱରେ କୋରାପୁଟ ଜିଲା ଡିଭିଏଫ୍ ପୋଲିସ ସର୍ଚ୍ଚ ଅପେରଶନ କରୁଥିବାବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଯବାନମାନେ କହିଥିଲେ କିନ୍ତୁ ଏହାକୁ ନଶୁଣୀ ମାଓବାଦୀ ପକ୍ଷରୁ ହଠାତ୍ ପୋଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରାଯାଇଥିଲା।
ପୋଲିସ ଏହାର ପାଲଟା ଜବାବ ଦେଇଥିଲା। ଏହିସମୟରେ ମାଓବାଦୀ ମୋହନ ସମେତ ତା’ର ୩ ସହଯୋଗୀ ଆନ୍ଧ୍ରକୁ ଖସି ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ମୋହନକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲେ। ଗିରଫ ମୋହନଙ୍କ ନିକଟରୁ ଏକେ ୪୭ ରାଇଫଲ ସହ ୩୫ ରାଉଣ୍ଡ ଗୁଳି, ଏକ ମାଗାଜିନ,୨୭ଟି ଇଲୋକ୍ଟ୍ରୋନିକ୍ ଡିଟୋନେଟର ସହ ବହୁ ବିସ୍ଫୋରକ ଓ ମାଓବାଦୀ ସାମଗ୍ରୀ ଜବତ କରିଥିଲେ।