ଓଡ଼ିଆ ନ୍ୟୁଜ୍: ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ ଜନଗଣନା। ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା। ଜନଗଣନାରେ ଜାତି ଓ ଉପଜାତିର ସବୁ ତଥ୍ୟ ସ୍ଥାନ ପାଇବ।ଭାରତରେ ଆଗାମୀ ଜନଗଣନା ୨୦୨୭ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି। ସୂତ୍ରରୁ ପ୍ରକାଶ ଯେ, ଏହି ଜନଗଣନା ୨୦୨୭ ମସିହାରୁ ଆରମ୍ଭ ହୋଇ ୨୦୨୮ ପର୍ଯ୍ୟନ୍ତ ଚାଲିପାରେ। ଏହା ପୂର୍ବରୁ ୨୦୨୧ରେ ଜନଗଣନା ହେବାର କାର୍ଯ୍ୟକ୍ରମ ଥିଲା,
କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁଁ ଏହା ସ୍ଥଗିତ ରହିଥିଲା।ଏହି ଜନଗଣନାରେ ଜାତିଗତ ତଥ୍ୟ ସଂଗ୍ରହ କରାଯିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧୯୪୧ ପରେ ଏହା ହେଉଛି ପ୍ରଥମ ଜାତିଗତ ଜନଗଣନା, ଯାହାର ତଥ୍ୟ ୨୦୨୮ ଶେଷ ସୁଦ୍ଧା ପ୍ରକାଶ ପାଇପାରେ। ଏହି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଅଧିକାରୀମାନଙ୍କୁ ତାଲିମ ଦିଆଯିବାର ଆବଶ୍ୟକତା ରହିଛି।