ତିନି ରଥ ନେବ ଦକ୍ଷିଣ ମୋଡ଼

0

ଓଡ଼ିଆ ନ୍ୟୁଜ୍: ଆଜିଠୁ ବାହୁଡ଼ା ପ୍ରସ୍ତୁତି । ତିନି ରଥ ନେବ ଦକ୍ଷିଣ ମୋଡ଼ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଶରଧାବାଲି ନିଆଯିବ । ଦିନ ୧୨ଟା ୩୦ରେ ରଥ ଆଜ୍ଞାମାଳ ବିଜେ ହେବ ପରେ ରଥ ଦକ୍ଷିଣ ମୋଡ଼ ନେବ । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କର ଲୀଳା ଖେଳା । ବାହୁଡ଼ା ଯାତ୍ରା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି।

ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପରଦିନ ଅର୍ଥାତ ଆଜି ତିନି ରଥର ଦକ୍ଷିଣ ମୋଡ କରାଯିବ । ମହାପ୍ରଭୁଙ୍କର ସକାଳ ଧୂପ ସରିବା ପରେ ଘଣ୍ଟ ଘଣ୍ଟା, କାହାଳୀ, ଛତ୍ରୀ ସହ ପଟୁଆରରେ ତିନି ବାଡରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ତିନି ରଥ ନିକଟକୁ ଆସିବା ପରେ ରଥଟଣା ଅର୍ଥାତ୍ ଦକ୍ଷିଣ ମୋଡ ଆରମ୍ଭ ହେବ।

Leave A Reply

Your email address will not be published.