ଓଡ଼ିଆ ନ୍ୟୁଜ୍: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୩୯ ମିଟର୍ ପ୍ରବାହିତ ହେଉଛି । ଫଳରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଘରୁ ବାହାରିବା ପାଇଁ ଡଙ୍ଗାରେ ଯାତାୟାତ କରୁଛନ୍ତି ଲୋକେ । ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡି ଓ ଆରୁହାବର୍ତ୍ତୀରେ ପାଣି ଛାଡୁଥିଲା ବେଳେ ତଳିଆ ପଞ୍ଚାୟତରେ ପାଣି ବଢୁଥିବା ଦେଖିବାକୁ ମିଳିଛି। ସେପଟେ ଯାଜପୁର ଜିଲ୍ଲା ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି । ଏହାର ପ୍ରଭାବରେ ଶାଖା ନଦୀ କାଣୀ ପ୍ରଭାବିତ ହୋଇଛି । କାଣୀ ନଦୀର କଣ୍ଟପଡା ଠାରେ ବନ୍ଧ ମୁକୁଳା ଥିବାରୁ ବନ୍ୟା ଜଳ ଚାଷ ଜମିକୁ ମାଡ଼ିଯାଇଛି ।
ମଲିକାପୁର ଠାରେ କାଣୀ ନଦୀରେ ପୋଲ ନିର୍ମାଣ ଚାଲିଥିବାରୁ ପୁରୁଣା ପୋଲକୁ ଭାଙ୍ଗି ଦିଆଯାଇଥିଲା ।ଏଣୁ ଯାତାୟାତ ପାଇଁ ଏକ ବାଉଁଶ ପୋଲ ନିର୍ମାଣ କରାଯାଇ ମଲିକାପୁର ପଲାସାହିକୁ ଯୋଗାଯୋଗ ହୋଇଥିଲା । ମାତ୍ର ବନ୍ୟା ଆସିବା ଫଳରେ ବାଉଁଶ ପୋଲଟି ଭାଙ୍ଗି ଭସାଇ ନେଇଛି । ଫଳରେ ଏହି ୨ ଗାଁ ଲୋକଙ୍କ ସମେତ ଦଶରଥପୁର ବ୍ଲକ ଏବଂ ଭଦ୍ରକର ଧାମନଗର ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି ।