ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର SDO

0

ଓଡ଼ିଆ ନ୍ୟୁଜ୍:  ଟିଟିଲାଗଡ଼ SDO ଡିଲେଶ୍ବର ମାଝୀଙ୍କ ଘରେ ରେଡ୍।ଅଫିସ୍‌ ଓ ଘର ସମେତ ୬ଟି ଠିକଣାରେ ଏକକାଳୀନ ରେଡ୍‌।ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଚଢ଼ାଉ ଓଡିଶା ଭିଜିଲାନ୍ସ ପକ୍ଷରୁ ଗୁରୁବାର କଣ୍ଟାବାଞ୍ଜି ଆର୍‌ ଆଣ୍ଡ୍‌ ବି ଡିଭିଜନ ଏବଂ ବଲାଙ୍ଗୀର ଜିଲାର ଟିଟିଲାଗଡ଼ ଆର୍‌ ଆଣ୍ଡ୍‌ ବି ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ାଉ ହୋଇଛି।

ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରିରହିଛି।ଏହି ଚଢ଼ାଉରେ ଭିଜିଲାନ୍ସ ଦ୍ୱାରା ୫ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସ୍‌ପି ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲାର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ସମ୍ବଲପୁର ଟାଉନ, ୟୁନିଟ-୧୬ (ସରଲା), ସମ୍ବଲପୁରରେ ଅବସ୍ଥିତ ଗୋଟିଏ ଦୁଇ ମହଲା କୋଠା।ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ୟୁନିଟ-୨ର ଗଣ୍ଡାଘୋରା ମୌଜାରେ ଦୁଇ ମହଲା କୋଠା।

ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ଗଣ୍ଡାଘୋରା, ନୂଆଡିହି ମୌଜାରେ ଅବସ୍ଥିତ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ।ଝାରସୁଗୁଡ଼ା ଜିଲା ଲହାଣ୍ଡାବୁଡ଼ରେ ଦୁଇଟି ହାଉସିଂ ବୋର୍ଡ ଘର। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିର ରିସର୍ଚ୍ଚ ଏବଂ ବି ଡିଭିଜନ କାର୍ଯ୍ୟାଳୟରେ ଅବସ୍ଥିତ କାର୍ଯ୍ୟାଳୟ ଚାମ୍ବର। ବଲାଙ୍ଗୀର ଟିଟଲାଗଡ଼ରେ ଅବସ୍ଥିତ ସରକାରୀ କ୍ୱାର୍ଟରରେ ଚଢ଼ାଉ କରିଛି ଭିଜିଲାନ୍ସ।

Leave A Reply

Your email address will not be published.