ଓଡ଼ିଆ ନ୍ୟୁଜ୍: ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତବର୍ତ୍ତୀ ସାରାଣ୍ଡା ଘାଟିରେ ଆଇଇଡି ବିସ୍ଫୋଣ ହାତୀ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାଟି ଜୁନ୍ ୨୪ରୁ ୨୬ ମଧ୍ୟରେ ଘଟିଥିବା କୁହାଯାଉଛି। ବନ ବିଭାଗର ଅନେକ ରେଞ୍ଜ ହାତୀଟିକୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି, ଯଦିଓ ହାତୀଟିକୁ ବିଭାଗ ଏପର୍ଯ୍ୟନ୍ତ ଉଦ୍ଧାର କରିନାହିଁ।ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଆହତ ହାତୀଟିକୁ ପ୍ରଥମ ଏବଂ ଶେଷ ଥର ପାଇଁ ୨୭ ଜୁନ୍ରେ ସାରାଣ୍ଡାର ଦୀଘା ନିକଟସ୍ଥ ଜଙ୍ଗଲରେ ଡ୍ରୋନ ମାଧ୍ୟମରେ ଦେଖାଯାଇଥିଲା।
ସେବେଠାରୁ ବନ ବିଭାଗ ହାତୀଟିକୁ ଉଦ୍ଧାର କରିବାରେ ନିୟୋଜିତ ଅଛି। କୁହାଯାଉଛି, ହାତୀଟିର ବୟସ ପ୍ରାୟ ୬ ବର୍ଷ ଏବଂ ଏହା ଏକ ଗୁଡ୍ରୁ ହାତୀ। ଯାହାର ପଛ ବାମ ଗୋଡ଼ ଗୁରୁତର ଭାବରେ ଆହତ ହୋଇ ବହୁତ ଫୁଲିଯାଇଛି। ହାତୀଟି ଜଙ୍ଗଲରେ ତା’ର କ୍ଷତ ଉପରେ ପାଣି ସିଞ୍ଚୁଥିବା ଦେଖାଯାଇଛି।