ଓଡ଼ିଆ ନ୍ୟୁଜ୍: ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଧର୍ମଘଟ ଡାକରା । ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନକୁ ନେଇ ଗଠିତ ମଞ୍ଚ ପକ୍ଷରୁ ଭାରତ ବନ୍ଦ ଡାକରା । ୨୫ କୋଟିରୁ ଅଧିକ ଶ୍ରମିକ ଧର୍ମଘଟରେ ସାମିଲ ହେବା ନେଇ ଆଶା । ଧର୍ମଘଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇପାରେ ଖଣି ଓ କାରଖାନା । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଓ ଆଉଟ୍ସୋର୍ସିଂକୁ ବିରୋଧ । ବେକାରୀ ସମସ୍ୟାର ସ୍ଥାୟୀ ସମାଧାନ ଓ ଅଧିକ ନିଯୁକ୍ତି ସୃଷ୍ଟି ମୁଖ୍ୟ ଦାବି । ବନ୍ଦ ଯୋଗୁ ଜନସେବା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବାବେଳେ ଶିକ୍ଷାନୁଷ୍ଠାନ ଓ ଘରୋଇ କାର୍ୟ୍ୟାଳୟ ଖୋଲା ରହିବ।
ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍ନେସ୍ ନାମରେ କେନ୍ଦ୍ର ସରକାର ଆର୍ଥତ୍କ ନୀତି ଏବଂ ଶ୍ରମ କ୍ଷେତ୍ରରେ ସଂସ୍କାର କାର୍ୟ୍ୟକାରୀ କରିବା ପାଇଁ ଯାଉଛନ୍ତି, ଯାହା ଶ୍ରମିକ କର୍ମଚାରୀଙ୍କ ଅଧିକାରକୁ ଦୁର୍ବଳ କରିବା ସହ ସେମାନଙ୍କ ସାମୂହିକ ମୂଲଚାଲ କ୍ଷମତାକୁ ସଂକୁଚିତ କରିବ ଓ କାର୍ୟ୍ୟକ୍ଷେତ୍ର ଅଧିକ ଖରାପ ହେବ ବୋଲି ୟୁନିୟନଗୁଡ଼ିକ ଅଭିଯୋଗ କରିଛନ୍ତି।