ଓଡ଼ିଆ ନ୍ୟୁଜ୍: ପୁରୀ ଜିଲାର ଡେଲାଙ୍ଗ ଅଞ୍ଚଳରେ ବାର୍ଡଫ୍ଲୁ ଆତଙ୍କ। ଏହି ଘଟଣାର ଗୁରୁତ୍ୱ ଦେଖି ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଡେଲାଙ୍ଗରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଏଯାଏ ଏହି ଅଞ୍ଚଳରେ ପ୍ରାୟ ୩ ହଜାର କୁକୁଡ଼ାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସ୍ବତନ୍ତ୍ର ଡାକ୍ତରୀ ଟିମ୍ ବିଭିନ୍ନ କୁକୁଡ଼ା ଫାର୍ମରୁ ମଳ ଓ ଲାଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଏହା ସହିତ, ପ୍ରଶାସନ ତରଫରୁ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ୩ ଜଣିଆ ରାପିଡ୍ ରେସ୍ପନ୍ସ ଟିମ୍ (ଆରଆରଟି) ଗଠନ କରାଯାଇଛି।
ସ୍ଥାନୀୟ ଜନସାଧାରଣ ଓ କୁକୁଡ଼ା ଫାର୍ମ ମାଲିକମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଉଦ୍ବେଗ ଦେଖାଦେଇଛି। ପରୀକ୍ଷା ରିପୋର୍ଟ ଆସିବା ପରେ ବାର୍ଡଫ୍ଲୁର ସତ୍ୟତା ସ୍ପଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।