ଓଡ଼ିଆ ନ୍ୟୁଜ୍: ଅପରେସନ ସିନ୍ଦୂର’ରେ ଆମେରିକା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବିକୁ ଅସ୍ବୀକାର। ସଂସଦରେ ଡିବେଟ୍ ବେଳେ ସିଧାସଳଖ ଭାବେ ଅସ୍ବୀକାର କଲେ।ଟ୍ରମ୍ପ୍ଙ୍କ ପକ୍ଷରୁ ହସ୍ତକ୍ଷେପ ନେଇ କୌଣସି ଚାପ ନ ଥିଲା- ରାଜନାଥ।ବିରୋଧୀ ଏହାକୁ ପ୍ରସଙ୍ଗ କରୁଥିବାରୁ ବିତର୍କରେ ସ୍ପଷ୍ଟ କଲେ ରାଜନାଥ।ଅପରେସନ ସିନ୍ଦୂର’ରେ ଆତଙ୍କୀଙ୍କ ଘରେ ପଶି ମାରିଲୁପ।ହଲଗାମ ଆକ୍ରମଣ ପରେ ପରେ ଆମ ସେନା ଆଗକୁ ଆସିଲା।ପିଓକେ ଓ ପାକିସ୍ତାନରେ ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କଲୁ।
9ଟି ଆତଙ୍କୀ ଆଡ୍ଡା ସ୍ଥଳରେ ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀଙ୍କୁ ନିପାତ କଲୁ। କିଛି ବିରୋଧୀ ସଦସ୍ୟ ପଚାରୁଛନ୍ତି ଆମର କେତେ ଏୟାରକ୍ରାଫ୍ଟ ଧ୍ବଂସ ହୋଇଛି।ମାତ୍ର ଶତ୍ରୁପକ୍ଷର କେତେ ଏୟାରକ୍ରାଫ୍ଟ ଧ୍ବଂସ ହୋଇଛି ପଚାରୁ ନାହାନ୍ତି।ଯଦି ପଚାରନ୍ତେ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଧ୍ବଂସ ହୋଇଛି, ଉତ୍ତର ହେଉଛି ହଁ। ଅପରେସନରେ ଆମର ଯବାନ କ୍ଷତି ସହିଛନ୍ତି ପଚାରିଲେ, ଉତ୍ତର ନା।ଆମର କୌଣସି ଗୁରୁତ୍ବପୂର୍ଣ୍ଣ ଆସେଟ୍ କ୍ଷତିଗ୍ରସ୍ତ ହୋଇନି ବୋଲି କହିଛନ୍ତି ରାଜନାଥ ସିଂ।