ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଗତ ମେ’ ୧ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୩ ମାସ ବନ୍ଦ ରହିଛି ଭିତରକନିକା।ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିଲା। ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ଥିବାବେଳେ ଆସନ୍ତାକାଲିଠାରୁ ପର୍ଯ୍ୟଟକମାନେ ଭିତରକନିକା ବୁଲି ଏହାର ମଜା ନେଇପାରିବେ। ଏଠାରେ ଥିବା ସଂଗ୍ରହାଳୟ ନୂତନ ଭାବେ ନିର୍ମାଣ କରାଯାଇଛି । ପର୍ଯ୍ୟଟକମାନେ ଏହି ଆକର୍ଷଣୀୟ ସଂଗ୍ରହାଳୟ ବୁଲି ଭିତରକନିକାର ଐତିହ୍ୟ, ବନ୍ୟଜନ୍ତୁ ଓ ପକ୍ଷୀମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ।