ଓଡ଼ିଆ ନ୍ୟୁଜ୍: ପିଏମ୍ ପୋଷଣ ସ୍କିମ୍ରେ ସ୍କୁଲ୍ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ।ଯେଉଁଦିନ ଅଣ୍ଡା ଦିଆଯାଉଥିଲା, ସେହିଦିନ ଫଳ ଯୋଗାଇବାକୁ ନିର୍ଦ୍ଦେଶ। ଶିଶୁ ବାଟିକା ଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଅଣ୍ଡା ଖାଉ ନ ଥିଲେ ମିଳିବ ଫଳ। DEOଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ପିଏମ୍ ପୋଷଣ ଷ୍ଟେଟ୍ ନୋଡାଲ ଅଫିସର।
ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ବିଭିନ୍ନ ଖାଦ୍ୟ ସାରଣୀ ରହିଛି। ଏହା ମଧ୍ୟରେ ଅଣ୍ଡା ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛି। କିନ୍ତୁ କିଛି ପିଲା ଆମିଷ ଖାଉନଥିବାରୁ ସେମାନେ ଅଣ୍ଡା ଖାଇପାରୁନାହାନ୍ତି। ସେଥିପାଇଁ ସେହି ପିଲାମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।