ଦିଲ୍ଲୀରେ କାନ୍ଥ ଭୁଶୁଡ଼ି, ୭ ମୃତ

0

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀରେ କାନ୍ଥ ଭୁଶୁଡ଼ି ୨ ଶିଶୁ ସମେତ ୭ ମୃତ।ହରିନଗର ଜଇତପୁରରେ କାନ୍ଥ ଭୁଶୁଡ଼ି ବଡ଼ ଅଘଟଣ।ରାତିସାରା ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ିଥିବା ସୂଚନା ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଏକ ସମାଧି ସ୍ଥଳର ପ୍ରାୟ ୧୦୦ ଫୁଟ ଲମ୍ବା କାନ୍ଥ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ନିକଟରେ ଥିବା ଅନେକ ବସ୍ତି ଏହାର କବଜାକୁ ଚାଲିଯାଇଥିଲା।

ଭଗ୍ନାବଶେଷ ତଳୁ ୮ ଜଣଙ୍କୁ ଉଦ୍ଧାର କରାଯାଇ ଏମ୍ସ ଟ୍ରମା ସେଣ୍ଟର ଏବଂ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା।ଦିଲ୍ଲୀ ପୋଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ ଦଳ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି। ଅନ୍ୟ କେହି ପୋତି ହୋଇଛନ୍ତି କି ନାହିଁ ତାହା ଦେଖିବା ପାଇଁ ବସ୍ତି ଏବଂ କାନ୍ଥ ତଳେ ଖୋଜା ଚାଲିଛି।

Leave A Reply

Your email address will not be published.