ଓଡ଼ିଶାର ୨ଜଣଙ୍କୁ ରାଷ୍ଟ୍ରପତି ପଦକ

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶାର ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ।ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ASP ରବୀନ୍ଦ୍ର ପଣ୍ଡା, କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ସେପଟେ ଓଡ଼ିଶାରୁ ୯ ଜଣଙ୍କୁ ସାହସିକତା, ୧୧ ଜଣଙ୍କୁ ଉଲ୍ଲେଖନୀୟ ସେବା ପୁରସ୍କାର ଘୋଷଣା।SI ଅମରେଶ ନରେନ୍ଦ୍ର, କନଷ୍ଟେବଲ ଜିତେନ୍ଦ୍ର ନାୟକଙ୍କୁ ମିଳିବ ସାହସିକତା ପଦକ।OAPF ଅର୍ଜ୍ଜୁନ ମଲ୍ଲିକ, ଯୁଧିଷ୍ଠିର ମଲ୍ଲିକ, ହାବିଲଦାର ଅଶ୍ୱିନୀ ବାଗଙ୍କୁ ମିଳିବ।କମାଣ୍ଡୋ ଡମ୍ବରୁଧର ଭୋଇ, ନବୀନ ସାହୁ, ପ୍ରଦୀପ ଶ୍ରେଷ୍ଠ, ଅଭିମନ୍ୟୁ ମାଝୀଙ୍କୁ ପଦକ ଘୋଷଣା।

ଆସନ୍ତାକାଲି ଦେଶ ପାଳିବାକୁ ଯାଉଛି 79ତମ ସ୍ବାଧୀନତା ଦିବସ । ଏହି ଅବସରରେ ଦେଶ ପ୍ରତି ନିଜର ତ୍ୟାଗ, ସାହାସିକତା ଓ ବଳିଦାନର ଅଦ୍ବିତୀୟ ଉଦାହରଣ ସୃଷ୍ଟି କରିଥିବା ବୀରମାନଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିବେ । ଦେଶ ପାଇଁ ନିସ୍ବାର୍ଥ ସେବା ଓ ସାହାସିକତା ପରିଚୟ ଦେଇ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି 32 ଓଡିଆ । ପୋଲିସ ସେବା, ଅଗ୍ନିଶମ, ଗୃହରକ୍ଷୀ ଓ ସିଭିଲ ଡିଫେନ୍ସ ତଥା ସଂଶୋଧନ ସେବା କ୍ଷେତ୍ରରେ ଚମକିଛନ୍ତି ଓଡ଼ିଆ । ଏନେଇ ସାରା ରାଜ୍ୟର ଛାତି ଗର୍ବରେ ଫୁଲିଉଠିଛି ।

Leave A Reply

Your email address will not be published.