ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ SI

0

ଓଡ଼ିଆ ନ୍ୟୁଜ୍: ଖାକିରେ ଦାଗ, ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲେ SI। ପୋଲିସ SI ସ୍ମୃତି ସାଗର ସାମଲଙ୍କୁ ଗିରଫ କଲା ଗୋଚ୍ଛାପଡ଼ା ପୋଲିସ। ଗୋଚ୍ଛାପଡ଼ାରେ କାର୍ଯ୍ୟରତ ଥିବା ସମୟରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ। ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ।ବର୍ତ୍ତମାନ କନ୍ଧମାଳ ଜିଲ୍ଲା କୋଟଗଡ଼ରେ କାର୍ଯ୍ୟ କରୁଥିଲେ। ଗତ ୨୦୨୪ ମେ’ ମାସରେ ଗୋଛାପଡ଼ା ଥାନାରେ କାର୍ଯ୍ୟରତ ଜଣେ ହୋମ୍‌ଗାର୍ଡଙ୍କ ପତ୍ନୀ ସେହି ଥାନାରେ କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟର ସ୍ମୃତିସାଗର ସାମଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।

ଏସ୍‌ଆଇ ସ୍ମୃତିସାଗର ତାଙ୍କୁ ନାନା ଉପାୟରେ ପ୍ରଲୋଭନ ଓ ଧମକଚମକ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ‌ବୋଲି ହୋମ୍‌ଗାର୍ଡଙ୍କ ପତ୍ନୀ ଗୋଛାପଡ଼ା ଥାନାରେ ଅଭିଯୋଗ କରିଥିଲେ। ମାତ୍ର ଏହି ଅଭିଯୋଗକୁ ସେତେବେଳେ ଚାପି ଦିଆଯାଇଥିଲା। ସମ୍ପୃକ୍ତ ଏସ୍‌ଆଇଙ୍କୁ ଗୋଛାପଡ଼ା ଥାନାରୁ କୋଟଗଡ଼ ଥାନାକୁ ବଦଳି କରାଯାଇଥିଲା। ଏବେ ପୁନର୍ବାର ହୋମ୍‌ଗାର୍ଡଙ୍କ ପତ୍ନୀଙ୍କ ଏତଲା ଆଧାରରେ ଗତକାଲି ଗୋଛାପଡ଼ା ପୁଲିସ କେସ ନଂ ୧୮୬/୨୫ରେ ମାମଲା ରୁଜୁ କରି ଅଭିଯୁକ୍ତ ଏସ୍‌ଆଇ ସ୍ମୃତିସାଗରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.