୮ ଜିଲ୍ଲାରେ ୧୯ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ୪ ହଜାର ୫୧୫ କୋଟି ଟଙ୍କାର ହେବ ପୁଞ୍ଜି ନିବେଶ।୮ ଜିଲ୍ଲାରେ ୧୯ ଶିଳ୍ପ ପ୍ରକଳ୍ପକୁ SLSWCAର ମଞ୍ଜୁରୀ। ଏହାଦ୍ବାରା ୮୨୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।ଖୋର୍ଦ୍ଧାରେ ହେବ EV କାରଖାନା, ଖର୍ଚ୍ଚ ହେବ ୩୦୦ କୋଟି।ପାରାଦୀପରେ ପଞ୍ଚତାରକା ହୋଟେଲ୍ କରିବ ଓସଲ।ଅନୁଗୁଳରେ ୧୧୧ କୋଟି ପୁଞ୍ଜନିବେଶରେ ହେବ ଲଜିଷ୍ଟିକ୍ସ ପାର୍କ। ଯାଜପୁରରେ ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ କରିବ ଜିନ୍ଦଲ।

ଶିଳ୍ପ ବିକାଶକୁ ଗୁରୁତ୍ୱ ଦେଇ ମୋଟ ୪,୫୧୫ କୋଟି ଟଙ୍କାର ୧୯ଟି ନୂଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୩୯ତମ ରାଜ୍ୟସ୍ତରୀୟ ସିଙ୍ଗିଲ ୱିଣ୍ଡୋ କମିଟି (SLSWCA) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲାରେ ୮,୨୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ।

Leave A Reply

Your email address will not be published.