ଓଡ଼ିଆ ନ୍ୟୁଜ୍: ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବଡ଼ ଘୋଷଣା। ସରକାରୀ ବସ୍ରେ ମାଗଣା ସ୍କୁଲ୍ ଯାଇପାରିବେ ଛାତ୍ରଛାତ୍ରୀ।ପରିଚୟପତ୍ର ଦେଖାଇ ମାଗଣାରେ ସ୍କୁଲ୍ ଯିବେ ଛାତ୍ରଛାତ୍ରୀ। ଏଣିକି ଛାତ୍ରଛାତ୍ରୀ ମାନେ ମାଗଣାରେ ଯିବା ଆସିବା କରିବେ । ମୁଖ୍ୟମନ୍ତ୍ରୀ ବସ୍ ସେବା ମାଧ୍ୟମରେ ପ୍ରଥମରୁ ଯୁକ୍ତ ୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ମାଗଣାରେ ଯିବା ଆସିବ କରିବେ । ଯିବା ଆସିବା ସମୟରେ ୟୁନିଫର୍ମ ଏବଂ ଆଇ-କାର୍ଡ ଦେଖାଇ ମାଗଣାରେ ଯାଇପାରିବେ ଛାତ୍ରଛାତ୍ରୀ । ଗୁରୁବାର ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।
ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ନଥିବା ସ୍ୱୀକାର କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଭିତ୍ତିଭୂମି ଉନ୍ନତି ପାଇଁ ସରକାର ଗୁରୁତ୍ବ ଦେବେ । ଆଗାମୀ ଦିନରେ ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ବି ଆଲୋଚନା ହୋଇଛି । ଯେଉଁଠି ଅବ୍ୟବସ୍ଥା ରହିଛି ଅତିରିକ୍ତ ଘର ନିର୍ମାଣ ସହ ମରାମତି କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।