ଓଡ଼ିଆ ନ୍ୟୁଜ୍: ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା।କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ।ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ।ଅପରାଧୀମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟନୁଷ୍ଠାନ ହେଉଛି।ନାରୀ ସୁରକ୍ଷା ଜାତୀୟ ରିପୋର୍ଟକୁ ନେଇ ଶୁକ୍ରବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇ କହିଛନ୍ତି, କେବଳ ଭୁବନେଶ୍ୱର ନୁହେଁ, ମହିଳାଙ୍କ ପାଇଁ ପୂରା ଓଡ଼ିଶା ସୁରକ୍ଷିତ। ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସବୁବେଳେ ଚେଷ୍ଟିତ। ଅପରାଧୀମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି।
ସର୍ଭେରେ ମହିଳାମାନଙ୍କ ପାଇଁ ଦେଶର ସବୁଠୁ ନିରାପଦ ସହର ମଧ୍ୟରେ ଭୁବନେଶ୍ୱର ସମେତ କୋହିମା, ବିଶାଖାପଟଣା, ଐଜଓ୍ବଲ, ଗାଙ୍ଗ୍ଟକ୍, ଇଟାନଗର ଏବଂ ମୁମ୍ବାଇ ରହିଛି। ଅନ୍ୟପକ୍ଷରେ ପାଟନା, ଜୟପୁର, ଫରିଦାବାଦ, ଦିଲ୍ଲୀ, କୋଲକାତା, ଶ୍ରୀନଗର ଏବଂ ରାଞ୍ଚି ସବୁଠୁ ନିମ୍ନ ର଼୍ୟାଙ୍କରେ ରହିଥିବା ଜାତୀୟ ମହିଳା ସୁରକ୍ଷା ବାର୍ଷିକ ରିପୋର୍ଟ ଓ ସୂଚକାଙ୍କ ୨୦୨୫ରୁ ଜଣାପଡ଼ିଛି।