ମହାନଦୀରେ ଗୋଧୋଇବା ବେଳେ ଭାସିଗଲେ ମହିଳା

0

ଓଡ଼ିଆ ନ୍ୟୁଜ୍: ମହାନଦୀରେ ଗୋଧୋଇବା ବେଳେ ଅଘଟଣ । ନଦୀରେ ଭାସି କଟକ ବାଙ୍କୀ ଅଞ୍ଚଳର ରତାଗଡ଼ ଗାଁର ପିଙ୍କି ସ୍ୱାଇଁ ନିଖୋଜ ଅଛନ୍ତି । ଖୁଦୁରୁକୁଣି ବିସର୍ଜନ ସାରି ମହାନଦୀରେ ଗାଧୋଇବା ବେଳେ ଭାସିଗଲେଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି । ସୂଚନା ମୁତାବକ, ଖୁଦୁରୁକୁଣି ବିସର୍ଜନ ସାରି ମହାନଦୀରେ ମହିଳା ଜଣକ ଗୋଧୋଉଥିଲେ ।

ଏହି ସମୟରେ ମହିଳା ଜଣକ ଅସାବଧାନତା ଯୋଗୁଁ ପାଣିରେ ଭାସି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମହିଳାଙ୍କ କୌଣସି ପତ୍ତା ମିଳିନାହିଁ ।

Leave A Reply

Your email address will not be published.